Kalyan Jewellers, Madinat Zayed Extension, Abu Dhabi

Shop No-11, 12, & 13, Ground Floor, Madinat Zayed Extension
Abu Dhabi- 43680

(971)800-0320955

Call Now

Opens at

<All Articles

ରତ୍ନମାନଙ୍କର ରାଣୀ ଅର୍ଥାତ୍ ମୁକ୍ତା ସମ୍ପର୍କରେ ସଶକ୍ତିକରଣର ପ୍ରତୀକ ସହିତ ଏକ ବିବୃତି ପ୍ରକାଶ

ମୁକ୍ତାକୁ ‘ରତ୍ନମାନଙ୍କର ରାଣୀ’ କୁହାଯାଏ ଏହା ଠିକ୍ । ଏହା ସମସ୍ତଙ୍କ ଦ୍ୱାରା ସବୁଦିନ ପିନ୍ଧାଯାଏ ନାହିଁ । ମୁକ୍ତାର ମାଳା ସହିତ ଏକ ଚମତ୍କାର ସୌନ୍ଦର୍ଯ୍ୟ ସୃଷ୍ଟି କରିବା ପାଇଁ ଏହା ଏକ ନିର୍ଦ୍ଦିଷ୍ଟ ବର୍ଗ ଏବଂ ଲାବଣ୍ୟ ଆବଶ୍ୟକ କରିଥାଏ ।
ଅନ୍ୟ ରତ୍ନଗୁଡ଼ିକ ପୃଥିବୀର ଗଭୀରତା ମଧ୍ୟରୁ ଉତ୍ତୋଳନ କରାଯାଉଥିବା ବେଳେ ମୁକ୍ତାଗୁଡ଼ିକ ଅନନ୍ୟ କାରଣ ସେଗୁଡ଼ିକ ସମୁଦ୍ରର ହୃଦୟରୁ ଆସିଥାଏ । ମୁକ୍ତା ସଂଗ୍ରହ ହେଉଛି ଏସବୁ ବିରଳ ରତ୍ନକୁ ସଂଗ୍ରହ କରିବା ପାଇଁ ଗଭୀର ମହାସାଗର ମଧ୍ୟରେ ବୁଡ଼ିବାର ପ୍ରକ୍ରିୟା । ମୁକ୍ତା ତିଆରି ହେବା ହେଉଛି ଏକ ଅତୁଲ୍ୟ ପଦ୍ଧତି ଯାହା ସିପ ଜାତୀୟ ବା ଖୋଳପା ବିଶିଷ୍ଟ ଜୀବମାନଙ୍କର କୋଷ ମଧ୍ୟରେ ହୋଇଥାଏ । ଯେତେବେଳେ ଧୂଳି କିମ୍ବା ବାଲି ପରି ବାହ୍ୟ ଉପାଦାନ ସିପ ମଧ୍ୟକୁ ପ୍ରବେଶ କରେ, ସେତେବେଳେ ଏହି ସାମୁଦ୍ରିକ ଜୀବ ବର୍ଷ ବର୍ଷ ଧରି ସେହି ବାହ୍ୟ ଉପାଦାନ ଚାରିପଟେ ନାକ୍ରେ ବା ମଦର୍ ଅଫ୍ ପର୍ଲ ନାମକ ଏକ ସାମଗ୍ରୀ ନିର୍ଗତ କରେ, ଶେଷରେ ଏହା ଏକ ରତ୍ନର ଚକ୍ଚକିଆ ଖଣ୍ଡରେ ପରିଣତ ହୁଏ । ପ୍ରାକୃତିକ ଭାବରେ ଗୋଟିଏ ମୁକ୍ତା ସୃଷ୍ଟି ହେବା ପାଇଁ ଅଢ଼େଇ ବର୍ଷରୁ ଅଧିକ ସମୟ ଲାଗିଥାଏ । ପ୍ରତ୍ୟେକ ମୁକ୍ତା ଅନନ୍ୟ କାରଣ କୌଣସି ଦୁଇଟି ମୁକ୍ତା ସମାନ ଆକାର, ଆକୃତି କିମ୍ବା ଚମକ ବିଶିଷ୍ଟ ହୋଇନଥାଏ ।
ପୁରୁଣା କାଳରୁ ମୁକ୍ତା ମହିଳାମାନଙ୍କର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବ୍ୟବହୃତ ହୋଇଆସୁଛି । ପ୍ରାଚୀନ ଗ୍ରୀକ୍ ଇତିହାସରୁ ଇଜିପ୍ଟର ଫାରୋମାନଙ୍କ ପର୍ଯ୍ୟନ୍ତ, ଶକ୍ତିଶାଳୀ ଚୀନା ରାଜବଂଶଗୁଡ଼ିକଠାରୁ ରାଜକୀୟ ମୋଗଲ ସାମ୍ରାଜ୍ୟ ପର୍ଯ୍ୟନ୍ତ, ରାଜବଂଶର କୋଷାଗାରରେ ମୁକ୍ତାମାନଙ୍କର ସ୍ଥିର ସ୍ଥାନ ରହିଆସିଛି । ରାଜାମାନଙ୍କର ନିକଟ ପରିଚିତମାନଙ୍କୁ ମୁକ୍ତା ଉପହାର ଦିଆଯାଏ ଏବଂ ରାଜବଂଶଜ ମହିଳାମାନଙ୍କ ଦ୍ୱାରା ଖୁବ୍ ସୌଖିନ୍ ଭାବରେ ପରିଧାନ କରାଯାଏ । ଆଜି ମଧ୍ୟ ଜଣେ ମହିଳାଙ୍କ ହୃଦୟ ଏବଂ ତାଙ୍କର ଆଲମାରୀରେ ମୁକ୍ତା ଅଳଙ୍କାରର ଏକ ସ୍ପଷ୍ଟ ସ୍ଥାନ ରହିଛି ।
ସୂକ୍ଷ୍ମ ହୋଇଥିବାରୁ ଏବଂ କ୍ରିମ୍ ଓ ରାସାୟନିକ ଉପାଦାନର ନିୟମିତ ସଂସ୍ପର୍ଶରେ ଆସିବା ଫଳରେ ନଷ୍ଟ ହେଉଥିବାରୁ କେବଳ ବିଶେଷ ଅବସର ନିମନ୍ତେ ମୁକ୍ତା ପରିଧାନ କରିବାକୁ ପରାମର୍ଶ ଦିଆଯାଏ । ଏକ ନିରାଡମ୍ବର ମୁକ୍ତା ଖଚିତ କାନ ଫୁଲ ରାଜକୀୟତାର ସୌନ୍ଦର୍ଯ୍ୟ ଆଣିବା ପାଇଁ ଯଥେଷ୍ଟ । ମୁକ୍ତା ଖଚିତ କାନଫୁଲ ମଧ୍ୟ ଔପଚାରିକ ଅଫିସ୍ ପରିଧାନ ନିମନ୍ତେ ଭଲ । ନିତିଦିନିଆ ପରିଧାନ ଭାବରେ ମୁକ୍ତାର ବ୍ରେସ୍ଲେଟ୍ କିମ୍ବା ଚୁଡ଼ି ବ୍ୟବହାର ନ କରିବା ଭଲ କାରଣ ସେଗୁଡ଼ିକ ଖଣ୍ଡ ଖଣ୍ଡ ହୋଇ ଛାଡ଼ିବାର ସମ୍ଭାବନା ଅଧିକ । ବଡ଼ ଉତ୍ସବ ପାଇଁ ମୁକ୍ତା ଖଚିତ ଚାନ୍ଦବାଲି ଇୟରିଂ ଏକ ସ୍ପଷ୍ଟ ପସନ୍ଦ । ଯଦିଓ ଏକ ନବବଧୂର ଆଭୂଷଣରେ ସୁନା ଏବଂ ହୀରା ଅଳଙ୍କାରର ପ୍ରାଧାନ୍ୟ ଅଧିକ, ଅବସର ଅନୁଯାୟୀ ମୁକ୍ତା ଅଳଙ୍କାରର ନିଜସ୍ୱ ସ୍ଥାନ ରହିଛି । ବଡ଼ ଚୋକର୍ଠାରୁ ଆରମ୍ଭ କରି ଥାକ ଥାକ ହୋଇଥିବା ଲମ୍ବା ନେକ୍ଲେସ୍ ପର୍ଯ୍ୟନ୍ତ, ମୁକ୍ତା ଅଳଙ୍କାର ନିମିଷକେ ଆପଣଙ୍କ ଚେହେରାକୁ ଭବ୍ୟତା ଆଣିପାରିବ । ଅପରପକ୍ଷେ ଏକ ସାଦା ମୁକ୍ତା ମାଳ ଏକ ଔପଚାରିକ ମିଳନ ପାଇଁ ଏକ ଉତ୍ତମ ଓ ସୁରୁଚିପୂର୍ଣ୍ଣ ସୌନ୍ଦର୍ଯ୍ୟ ପୂରଣ କରିପାରିବ ।
ମୁକ୍ତା ଅଳଙ୍କାରର ଏକ ରୋଚକ ଦିଗ ହେଉଛି ଏହା ପ୍ରତ୍ୟେକ ଅବସର ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କର ପସନ୍ଦକୁ ଖାପ ଖୁଆଇ ସବୁଠାରୁ ସୁନ୍ଦର ଉପାୟରେ ପରିଧାନ କରାଯାଇପାରିବ ।

Can we help you?