Kalyan Jewellers, Madinat Zayed Extension, Abu Dhabi

Shop No-11, 12, & 13, Ground Floor, Madinat Zayed Extension
Abu Dhabi- 43680

(971)800-0320955

Call Now

Opens at

<All Articles

ନବବଧୂ ଅଳଙ୍କାର ଚୟନ କରିବା ପାଇଁ ନବଶିକ୍ଷାର୍ଥୀଙ୍କର ମାର୍ଗଦର୍ଶକ

ଭାରତ ଅନେକ ଜିନିଷ ପାଇଁ ଜଣାଶୁଣା । ଏହି ତାଲିକାର ଶୀର୍ଷରେ ଯେଉଁ ଜିନିଷଗୁଡ଼ିକ ରହିଛି ତାହା ମଧ୍ୟରେ ରହିଛି ଆମର ବିବାହ ଏବଂ ଏହି ଆନନ୍ଦ ପାଳନର ଭବ୍ୟତା । ଏକ ଭାରତୀୟ ବିବାହରେ ଉତ୍ତମ ପୋଷାକ ପରିଧାନ କରିଥିବା ଦୁଇ ହଜାର ଲୋକଙ୍କ ଭିଡ଼ ମଧ୍ୟରେ ବଧୂକୁ ଚିହ୍ନଟ କରିବା ଆଶ୍ଚର୍ଯ୍ୟଜନକ ଭାବରେ ସହଜ । ଏହା ତାଙ୍କର ଭବ୍ୟ ଏବଂ ସୁନ୍ଦର ରାଜକୀୟତା ସହିତ ଚମତ୍କାର ଅଳଙ୍କାର ସେଟ୍ କାରଣରୁ । ଜଣେ ବଧୂକୁ ବେଶଭୂଷା କରାଇବା ସମୟରେ ଠିକ୍ ଅଳଙ୍କାର ବାଛିବା ଏବଂ ପରିଧାନ କରାଇବା ଖୁବ୍ ଗୁରୁତ୍ୱପୂର୍ଣ୍ଣ । ତା’ହେଲେ ବିବାହ ଅଳଙ୍କାରରେ ଅନେକ ବର୍ଷର ସଞ୍ଚୟ ଅର୍ଥ ଖର୍ଚ୍ଚ କରିବା ପୂର୍ବରୁ ଆମେ କ’ଣ ମନେରଖିବା? ଆସନ୍ତୁ ଏକ ନଜର ପକାଇବା ।
ନେକ୍ଲାଇନ୍ ବନାମ ନେକ୍ଲେସ୍ ଏକ ପାରମ୍ପରିକ ଉତ୍ତର ଭାରତୀୟ ବିବାହରେ ଜଣେ ବଧୂ ସାଧାରଣତଃ ପଥର ଏବଂ ରେଶମ ସୂତାରେ ବୁଣାଯାଇଥିବା ଅନେକ ସୂକ୍ଷ୍ମ ଡିଜାଇନ୍ ଥିବା ଚମକ୍ଦାର ଲେହେଙ୍ଗା ପରିଧାନ କରିଥା’ନ୍ତି । ଏହି ପୋଷାକ ବୋଟ୍ ନେକ୍ଠାରୁ ଆରମ୍ଭ କରି, ସୁଇଟ୍ ହାର୍ଟ ନେକ୍ଲାଇନ୍ରୁ ଗଭୀର ନେକ୍ଲାଇନ୍ ପର୍ଯ୍ୟନ୍ତ ଯେ କୌଣସି ନେକ୍ଲାଇନ୍ ସହିତ ଡିଜାଇନ୍ ହୋଇଥାଇପାରେ । ବିବାହ ପୋଷାକକୁ ଉପଯୁକ୍ତ ଗଳା ପରିଧାନ ସହ ମେଳକ କରିବା ଗୁରୁତ୍ୱପୂର୍ଣ୍ଣ। ଏହା ଏକ ଚୋକର୍, ଲମ୍ବା ନେକ୍ଲେସ୍ କିମ୍ବା ଉଭୟର ମିଶ୍ରଣ ହୋଇପାରେ । ଖୁବ୍ ଉଚ୍ଚରୁ ଆରମ୍ଭ କରିବା ଏବଂ ଆପଣଙ୍କର ଶରୀରର ପ୍ରତ୍ୟେକ ସ୍ଥାନକୁ ଚୁମ୍କି ଓ ମାଳିରେ ଭରିବା ଆପଣଙ୍କୁ ଏକ ଡିସ୍କୋ ବଲ୍ରେ ପରିଣତ କରିବ । ଏପରି ଅଳଙ୍କାର ଚୟନ କରିବା ନିଶ୍ଚିତ କରନ୍ତୁ ଯାହା ପୋଷାକ ଓ ଏଥିସହିତ ଆପଣଙ୍କର ନିଜର ସୌନ୍ଦର୍ଯ୍ୟକୁ ପରିପ୍ରକାଶ କରିବ ।
ରୁଚିପୂର୍ଣ୍ଣ ଭାବରେ ଧାତୁଗୁଡ଼ିକ ମିଶ୍ରଣ କରନ୍ତୁ ଏହା ସାଧାରଣ ବିଶ୍ୱାସ ଯେ ସୁନା, ପ୍ଲାଟିନମ୍, ହ୍ୱାଇଟ୍ ଗୋଲ୍ଡ, ରୋଜ୍ ଗୋଲ୍ଡ ଇତ୍ୟାଦିରେ ତିଆରି ଅଳଙ୍କାରଗୁଡ଼ିକ ମିଶ୍ରଣ କରିବା ଆପଣଙ୍କ ଚେହେରାକୁ କୁତ୍ସିତ କରିଦେବ । କିନ୍ତୁ ବୁଦ୍ଧିମତା ଏବଂ ସୁରୁଚିପୂର୍ଣ୍ଣ ଭାବରେ ସେଗୁଡ଼ିକୁ ଯୋଡ଼ି କରିବା ସବୁ ସମୟରେ ଏକ ଆକର୍ଷଣ । ଆପଣଙ୍କ ଧାତୁଗୁଡ଼ିକ ଯତ୍ନର ସହ ମେଳ କରନ୍ତୁ ଏବଂ ଏହା ଆପଣଙ୍କୁ ସବୁଠାରୁ ବିସ୍ମୟକର ବ୍ରାଇଡାଲ୍ ଲୁକ୍ ଦେବ ।
ରଙ୍ଗଗୁଡ଼ିକ ମିଶାନ୍ତୁ ନାହିଁ ଏହା ସତ ଯେ ବିଭିନ୍ନ ରଙ୍ଗର ରତ୍ନ ପଥରଗୁଡ଼ିକ ଚମକଦାର ଏବଂ ଉପଯୁକ୍ତ ପରିଧାନ ସହିତ ମେଳ କଲେ ଏକ ସୁରୁଚି ସୃଷ୍ଟି କରିଥାଏ । କିନ୍ତୁ ଗୋଟିଏ ପରିଧାନ ପାଇଁ ବିଭିନ୍ନ ରଙ୍ଗ ପିନ୍ଧିବା ଭଲ ବିଚାର ନୁହେଁ । ଉଦାହରଣସ୍ୱରୂପ ଯଦି ଆପଣଙ୍କ ବିବାହ ପୋଷାକର ରଙ୍ଗ କୋମଳ ଏବଂ ସୂକ୍ଷ୍ମ, ତେବେ ଗୋଟିଏ ଉଜ୍ଜ୍ୱଳ ରଙ୍ଗର ରତ୍ନ ପଥର ଅଳଙ୍କାର ପସନ୍ଦ କରନ୍ତୁ । ଏକ ଉଜ୍ଜ୍ୱଳ ବ୍ରାଇଡାଲ୍ ପୋଷାକ ପାଇଁ ଏକ ହାଲ୍କା ରଙ୍ଗର ରତ୍ନ ପଥର ଅଳଙ୍କାର ଭଲ ଦେଖାଯିବ ।
ଆପଣଙ୍କ ବିବାହ ପୋଷାକର ପୂରକ ହୋଇଥିବା ଅଳଙ୍କାର ଚୟନ କରନ୍ତୁ ଯେତେବେଳେ ବିବାହ ପୋଷାକ ଖୁବ୍ ଭବ୍ୟ, ସେତେବେଳେ ଏକ ନିରାଡମ୍ବର ଅଳଙ୍କାର ସେଟ୍ ପସନ୍ଦ କରିବା ବୁଦ୍ଧିମାନ ହେବ ଯାହା ପୋଷାକର ସୌନ୍ଦର୍ଯ୍ୟ ଏବଂ ଭବ୍ୟତାକୁ ଫୁଟାଇ ପାରିବ । ଅପରପକ୍ଷେ, ଯଦି ଆପଣଙ୍କର ବିବାହ ପୋଷାକ ସାଦାସିଧା, ତେବେ ବଡ଼ ଏବଂ ଭବ୍ୟ ଅଳଙ୍କାର ପସନ୍ଦ କରନ୍ତୁ ଯାହା ଏକ ସମ୍ପୂର୍ଣ୍ଣ ଭବ୍ୟ ଭାରତୀୟ ବଧୂର ଚମକ ଆଣିବ ।
ଗୋଟିଏ ଦିନରେ ଆପଣଙ୍କର ସମସ୍ତ ଅଳଙ୍କାର ପିନ୍ଧନ୍ତୁ ନାହିଁ ବିଶାଳ ଭାରତୀୟ ନବବଧୂର ଚମକ ବିଷୟରେ ଆଲୋଚନା କରିବାର ଏହା ଅର୍ଥ ନୁହେଁ ଯେ ଆପଣଙ୍କ ଅଳଙ୍କାର ବାକ୍ସକୁ ଖାଲି କରିଦେବେ ଏବଂ ସେସବୁକୁ ପିନ୍ଧି ନେବେ । କୌଶଳ ହେଉଛି ଠିକ୍ ଅଳଙ୍କାର ବାଛିବା ଏବଂ ସାମଗ୍ରିକ ଭାବରେ ସୌନ୍ଦର୍ଯ୍ୟକୁ ବୃଦ୍ଧି କରିବା ପାଇଁ କଳାପୂର୍ଣ୍ଣ ଭାବରେ ସେଗୁଡ଼ିକୁ ମେଳକ କରିବା । ଅନେକ ସମୟରେ ଏକ ନିର୍ଦ୍ଦିଷ୍ଟ ଚେହେରା ପାଇଁ ଅନେକ ଗହଣା କାଢ଼ି ଦେବା ବୁଦ୍ଧିମାନର କାର୍ଯ୍ୟ ହୋଇଥାଏ ।
ବିବାହ ଉତ୍ସବଠାରୁ ଆଗକୁ ଚିନ୍ତା କରନ୍ତୁ ବିବାହ ଉତ୍ସବ ଅଳ୍ପ କିଛି ଦିନ ପାଇଁ ରହିବ କିନ୍ତୁ ଅଳଙ୍କାରଗୁଡ଼ିକ ଅନେକ ଜୀବନ ପାଇଁ ରହିବ । ତେଣୁ ଗୋଟିଏ ଅଳଙ୍କାର ଉପରେ ଖର୍ଚ୍ଚ କରିବା ପୂର୍ବରୁ ଏହାକୁ ପୁନଃବ୍ୟବହାର କରିବା ଓ ଅନ୍ୟ ପୋଷାକଗୁଡ଼ିକ ସହିତ ମେଳକ କରିବା ବିଷୟରେ ଚିନ୍ତା କରନ୍ତୁ ।
ଆପଣଙ୍କ ପରସ୍ତଗୁଡ଼ିକୁ ଜାଣନ୍ତୁ: ଦକ୍ଷିଣ ଭାରତୀୟ ବଧୂ ବିଶେଷ ଏକ ପାରମ୍ପରିକ ଦକ୍ଷିଣ ଭାରତୀୟ ବଧୂ ସାଧାରଣତଃ ଏକ ହାଲ୍କା ସିଲ୍କ ଶାଢ଼ୀ ପରିଧାନ କରିଥା’ନ୍ତି, ଏଥିସହିତ ଚୋକର୍ଠାରୁ ଆରମ୍ଭ କରି ଛୋଟ ନେକ୍ଲେସ୍ଠାରୁ ଲମ୍ବା ନେକ୍ଲେସ୍ ପର୍ଯ୍ୟନ୍ତ ପିନ୍ଧିଥା’ନ୍ତି । ଏହି ନେକ୍ଲେସ୍ଗୁଡ଼ିକୁ ସୁନ୍ଦର ଭାବରେ ସଜାଇବା ଗୁରୁତ୍ୱପୂର୍ଣ୍ଣ କାରଣ ଏହା ଏକ ସୌନ୍ଦର୍ଯ୍ୟ ତିଆରି କରିପାରେ କିମ୍ବା ନଷ୍ଟ କରିପାରେ ।
ସବୁଠାରୁ ଶେଷରେ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ହେଉଛି ଯେ ଆପଣ, ବଧୂ ଜଣକ, ଆପଣ ପ୍ରସ୍ତୁତ କରିଥିବା ସୌନ୍ଦର୍ଯ୍ୟକୁ ଭଲ ପାଇବେ । ତେଣୁ ନିଜର ଅସ୍ତିତ୍ୱ ରକ୍ଷା କରନ୍ତୁ ଏବଂ ଆପଣଙ୍କୁ ଖୁସି ଆଣି ଦେଉଥିବା ଅଳଙ୍କାର ଚୟନ କରନ୍ତୁ । ଏକ ସୁନ୍ଦର ବଧୂ ହେବା ମନକୁ ମନ ହୋଇଯିବ ।

Can we help you?