Kalyan Jewellers, Hamdan Street, Abu Dhabi

Shop No-1 & 2, Omeir Bin Yousuf Mosque - Zone 1E3-01
Abu Dhabi- 43680

(971)800-0320969

Call Now

Opens at

<All Articles

ଭାଇ ଦୂଜ୍ - ପ୍ରିୟ ଭାଇ ଓ ଭଉଣୀଙ୍କ ଶାଶ୍ୱତ ପ୍ରେମକୁ ଅନୁଭବ କରିବାର ଦିନ

ପାର୍ବଣ ଋତୁରେ ଭାଇ ଦୁଜ୍ ଭଳି ପାରମ୍ପରିକ ପର୍ବ ପାଳନ କରିବାର ଏକ ସ୍ୱତନ୍ତ୍ର ଅନୁଭୂତି ରହିଛି। ଏହି ପର୍ବ ସହ ଯୋଡ଼ି ହୋଇଥିବା ସମ୍ପର୍କ ଚିରନ୍ତନ। ଭାଇ ଭଉଣୀଙ୍କ ଜୀବନର ଅତୀତ ଅନେକ ମଧୁର ସ୍ମୃତିରେ ପୂରି ରହିଥାଏ। ପିଲାଦିନର ଝଗଡ଼ା, ପରସ୍ପର ପ୍ରତି ଅଭିଯୋଗ, ବୟସ୍କଙ୍କ ହସ୍ତକ୍ଷେପ, ଗୋପନ କଥା କହିବା ଓ ଦୁଇ ଭାଇଭଉଣୀଙ୍କ ମଧ୍ୟରେ ସମ୍ପୂର୍ଣ୍ଣ ବୁଝାମଣା ଏ ସମ୍ପର୍କକୁ ଏକ ନିଆରା ରୂପ ଦେଇଥାଏ। ଭାଇ ଓ ଭଉଣୀଙ୍କ ଭଳି ସମ୍ପର୍କ ବିଭିନ୍ନ ପର୍ଯ୍ୟାୟ ଦେଇ ଗତି କରିଥାଏ, କିନ୍ତୁ ଏ ସମ୍ପର୍କର ବନ୍ଧନ ସବୁବେଳ ପାଇଁ ସୁଦୃଢ଼ ହୋଇ ରହିଥାଏ। ଭାଇ ଦୂଜ୍ ଓ ରକ୍ଷା ବନ୍ଧନ ଭଳି ପର୍ବ ମାଧ୍ୟମରେ ଏହି ବିଶେଷ ସମ୍ପର୍କକୁ ପାଳନ କରିବାର ବିଧି ଭାରତୀୟ ପରମ୍ପରାରେ ରହିଛି। ଏହି ଦିନରେ, ଚତୁର୍ଦ୍ଦିଗରେ ଏକ ସୌନ୍ଦର୍ଯ୍ୟମୟ ପରିବେଶ ସୃଷ୍ଟି ହୋଇଥାଏ। ଘର ଦ୍ୱାରରେ ଫୁଲ ମାଳା ଟଙ୍ଗା ହୋଇଥାଏ, ପୂଜା ଥାଳିରେ ତିଳକ, ପାରମ୍ପରିକ ମିଠା ବ୍ୟଞ୍ଜନ ଶୋଭାପାଏ ଓ ଘରସାରା ମହକି ହୋଇଥାଏ। ପୁରୁଷ ଓ ମହିଳାମାନେ ପାରମ୍ପରିକ ପୋଷାକ ଓ ସୁନ୍ଦର ଅଳଙ୍କାର ପିନ୍ଧି ସଜେଇ ହୋଇଥାନ୍ତି।
ଦୁଇଦିନିଆ ଦୀପାବଳି ପାଳନ ପରେ ପବିତ୍ର ଭାଇ ଦୂଜ୍ ପର୍ବ ପାଳନ କରାଯାଇଥାଏ। ଏହି ପବିତ୍ର ପର୍ବରେ ଭାଇର ଆୟୁଷ, କଲ୍ୟାଣ ଓ ସମୃଦ୍ଧି କାମନା କରି ଭଉଣୀମାନେ ଭଗବାନଙ୍କୁ ପ୍ରାର୍ଥନା କରିଥାନ୍ତି। ଭଉଣୀମାନେ ସଜା ହୋଇଥିବା ଥାଳି ଧରି ଭାଇକୁ ବନ୍ଦାପନା କରିଥାନ୍ତି, ତାଙ୍କ କପାଳରେ ତିଳକ ଲଗାଇ ଦିଅନ୍ତି, ତାଙ୍କୁ ମିଠା ଖୁଆଇ ଦିଅନ୍ତି। ଭାରତର ବିଭିନ୍ନ ସ୍ଥାନରେ ଥିବା ଭିନ୍ନ ଭିନ୍ନ ପରମ୍ପରା ଅନୁଯାୟୀ, ଥାଳିରେ ସଧାରଣତଃ ସିନ୍ଦୂର, ଅରୁଆ ଚାଉଳ, ନଡ଼ିଆ ଓ ଦୂବ ଥାଏ। ଭାଇର କପାଳରେ ତିଳକ ଲଗାଇ ଦେଇ ଭଉଣୀ ତା’କୁ ନକାରାତ୍ମକ ଶକ୍ତି ଠାରୁ ସୁରକ୍ଷା ଦେଇଥାଏ। ପ୍ରେମ ଓ ସ୍ନେହର ଏକ ପ୍ରତୀକ ଭାବେ ଭାଇମାନେ ନିଜ ଭଉଣୀଙ୍କୁ ଉପହାର ଭେଟି ଦେଇଥାନ୍ତି। ଏହାର ପ୍ରତିବଦଳରେ ଭଉଣୀମାନେ ସୁସ୍ୱାଦୁ ବ୍ୟଞ୍ଜନ, ସ୍ନେହ ଓ ଉପହାର ଦେଇ ଭାଇ ମୁହଁରେ ହସ ଫୁଟାଇଥାନ୍ତି।
ଏହି ପର୍ବ ଉପଲକ୍ଷେ ନିଜ ପ୍ରିୟ ଭାଇ-ଭଉଣୀଙ୍କୁ ଭେଟି ଦେବା ଲାଗି ସବୁଠୁ ଶ୍ରେଷ୍ଠ ଉପହାର ହେଉଛି ଅଳଙ୍କାର ଯାହାର ମୂଲ୍ୟ ଓ ଚମକ ସବୁଦିନ ପାଇଁ ବଜାୟ ରହିଥାଏ। ଏଠାରେ ଦିଆଯାଉଥିବା ଉପହାର ସମ୍ପର୍କ ବନ୍ଧନର ଏକ ପ୍ରତିକ ହୋଇଥାଏ। ଭାଇ ଭଉଣୀ ବଡ଼ ହେବା ସହିତ ଏହି ଏହି ଉପହାରର ସ୍ମୃତି ଦିନକୁ ଦିନ ଅଧିକ ସତେଜ ହୋଇ ଚାଲିଥାଏ। ସୁନା ଠାରୁ ଆରମ୍ଭ କରି ହୀରା କାନଫୁଲ, ହସ୍ତଶିଳ୍ପ କାରିଗରୀ ହୋଇଥିବା ପାରମ୍ପରିକ ହାର ଠାରୁ ଆରମ୍ଭ କରି ସମସାମୟିକ ଆଭୂଷଣ ପର୍ଯ୍ୟନ୍ତ, ଅଳଙ୍କାରକୁ ସବୁବେଳେ ଏକ ଚମତ୍କାର ଉପହାର ଭାବେ ବିବେଚନା କରାଯାଇଥାଏ।
ଅନ୍ୟ ପର୍ବପର୍ବାଣୀ ଭଳି, ଭାଇ ଦୁଜ୍ ମଧ୍ୟ ଭାରତର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ଭାବେ ପାଳିତ ହୋଇଥାଏ। ତେବେ, ମୂଳ ପ୍ରଥା ସମାନ ବିଶ୍ୱାସ ଓ ପରମ୍ପରାକୁ ନେଇ ପାଳନ କରାଯାଇଥାଏ। ଭାଇ ଦୂଜ ପର୍ବ ପଶ୍ଚିମବଙ୍ଗରେ ଭାଇ ଫୋଟା, ମହରାଷ୍ଟ୍ରରେ ଭାଉ ବିଜ, ନେପାଳରେ ଭାଇ ଟିକା ଏବଂ ଭାରତର କେତେକ ପ୍ରାନ୍ତରେ ଯମ ଦ୍ୱିତୀୟା ନାମରେ ପାଳିତ ହୋଇଥାଏ।
ଏହି ପବିତ୍ର ଦିନକୁ ନେଇ କେତେକ ପୌରାଣିକ କିଂବଦନ୍ତି ରହିଛି। ଭଗବାନ କୃଷ୍ଣ ଯୁଦ୍ଧରେ ନରକାସୁରକୁ ପରାସ୍ତ କରିଥିଲେ। ଦୀର୍ଘ ଦିନ ଧରି ଚାଲିଥିବା ଯୁଦ୍ଧରେ ବିଜୟ ହାସଲ କରିବା ପରେ ଭଗବାନ ଶ୍ରୀକୃଷ୍ଣ ତାଙ୍କ ଭଉଣୀ ସୁଭଦ୍ରାଙ୍କ ଘରକୁ ଯାଇଥିଲେ। ଭାଇଙ୍କୁ ଦେଖି ସେ ଖୁସିରେ ବିଭୋର ହୋଇଯାଇଥିଲେ। ସୁଭଦ୍ରା ଭାଇଙ୍କ କପାଳରେ ‘ତିଳକ’ ଲଗାଇ ତାଙ୍କୁ ସହୃଦୟତାର ସହ ସ୍ୱାଗତ କରିଥିଲେ। ସେ ଭଗବାନ କୃଷ୍ଣଙ୍କୁ ଫୁଲ ମାଳ ଦେଇ ମିଠା ଖୁଆଇ ସ୍ୱାଗତ କରିଥିଲେ, ଏହି ଠାରୁ ହିଁ “ଭାଇ ଦୂଜ” ପର୍ବ ପାଳନର ପରମ୍ପରା ଆରମ୍ଭ ହେଲା।
ମୃତ୍ୟୁ ଦେବତା ଯମ ଏବଂ ତାଙ୍କ ଭଉଣୀ ଯମୁନାଙ୍କୁ ନେଇ ଆଉ ଏକ ପୌରାଣିକ କିଂବଦନ୍ତି ରହିଛି। କିଂବଦନ୍ତି ଅନୁଯାୟୀ, ଯମ ତାଙ୍କ ଭଉଣୀ ଯମୁନାଙ୍କୁ ପୂର୍ଣ୍ଣିମା ପରବର୍ତ୍ତୀ ଦ୍ୱିତୀୟ ଦିନ ଅର୍ଥାତ୍ ଦ୍ୱିତୀୟା ତିଥିରେ ଭେଟିଥିଲେ। ଯମୁନା ନିଜ ଭାଇଙ୍କୁ ଆଳତୀ, ତିଳକ ଓ ମିଠା ଦେଇ ସ୍ୱାଗତ କରିଥିଲେ। ଏଥିରେ ପ୍ରୀତ ହୋଇ ଯମ ତାଙ୍କ ଭଉଣୀଙ୍କୁ ବରଦାନ ଦେଇଥିଲେ ଯେ, ଏହି ଦିନରେ ଜଣେ ଭଉଣୀ ଓ ଭାଇ ଯଦି ଯମୁନା ନଦୀରେ ବୁଡ଼ ପକାଇବେ ତା’ହେଲେ ସେମାନଙ୍କୁ ମନୁଷ୍ୟ ଜନ୍ମରୁ ମୁକ୍ତି ମିଳିବ।
ପଶ୍ଚିମବଙ୍ଗରେ ଏହି ପର୍ବ “ଭାଇ ଫୋଟା” ନାମରେ ପ୍ରସିଦ୍ଧ, ଭଉଣୀ ସାରା ଦିନ ଉପବାସ ରହି ଭାଇର ଆଗମନକୁ ଅପେକ୍ଷା କରିଥାନ୍ତି। ଏହାପରେ ସେ ଭାଇର କପାଳରେ ଘିଅ, କଜ୍ୱଳ ଓ ଚନ୍ଦନରେ ତିନି ଗାର ଟାଣି ତିଳକ ଲଗାଇଥାନ୍ତି ଏବଂ ତାଙ୍କୁ ବନ୍ଦାପନା କରିଥାନ୍ତି। ବନ୍ଦାପନା ପରେ ଭାଇ ପାଇଁ ଭଉଣୀ ପ୍ରାର୍ଥନା କରିଥାଏ ଏବଂ ସେମାନେ ପରସ୍ପରକୁ ଉପହାର ଦେଇଥାନ୍ତି। ପାରମ୍ପରିକ ମିଠା ଓ ବ୍ୟଞ୍ଜନ ପ୍ରସ୍ତୁତି ସହିତ ହର୍ଷଉଲ୍ଲାସରେ ଏହି ପର୍ବ ପାଳନ କରାଯାଏ।
ଭାଇ ଦୂଜ୍ ପର୍ବ ମହାରାଷ୍ଟ୍ରରେ “ଭାଉ ବିଜ୍” ନାମରେ ପାଳନ କରାଯାଏ। ପରମ୍ପରା ଅନୁଯାୟୀ, ଭଉଣୀ ଆଙ୍କିଥିବା ଏକ ଚାରି କୋଣ ବିଶିଷ୍ଟ କୋଠରୀ ଭିତରେ ଭାଇ ବସିଥାଏ।
ଏହି ପର୍ବକୁ ଭାରତର କେତେକ ପ୍ରାନ୍ତରେ “ଯମ ଦ୍ୱିତୀୟା” ନାମରେ ପାଳନ କରାଯାଇଥାଏ। ଏହି ଦିନ ଭଉଣୀଙ୍କ ହାତ ତିଆରି ଖାଦ୍ୟ ଖାଉଥିବା ଭାଇଙ୍କର ଯମ କୌଣସି କ୍ଷତି କରିନଥାନ୍ତି। ବିହାରରେ ଭାଇ ଦୂଜ ପର୍ବକୁ ଗୋଧନ ପୂଜା ନାମରେ ପାଳନ କରାଯାଇଥାଏ।
ଏହି ପ୍ରେମପୂର୍ଣ୍ଣ ସମ୍ପର୍କକୁ ପାଳନ କରିବା ଲାଗି ଉପହାର ଦେବା ଜରୁରି ହୋଇଥାଏ। ଏଥିରେ କେହି ଦ୍ୱିମତ ହେବେ ନାହିଁ ଯେ ଅଧିକାଂଶ ସମ୍ପର୍କକୁ ନିବିଡ଼ କରିବାରେ ଉପହାରର ଏକ ବିଶେଷ ଭୂମିକା ରହିଥାଏ।
କଲ୍ୟାଣ ଜୁଏଲାରୀ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଅଳଙ୍କାରର ସମ୍ଭାର ନିଶ୍ଚିତ ଭାବେ ଆପଣଙ୍କ ଭଉଣୀଙ୍କୁ ସବୁଦିନ ସାଇତି ରଖିବା ଭଳି ଏକ ଉପହାରର ଅନୁଭବ ଦେବ।
ହୀରାଖଚିତ ଅଳଙ୍କାରଗୁଡ଼ିକ ସୂକ୍ଷ୍ମ, ରୁଚି ସମ୍ପନ୍ନ ହୋଇଥାଏ ଏବଂ ଏହାର ଶୈଳୀ କେବେ ବି ପୁରୁଣା ହୁଏ ନାହିଁ। ହୀରଖଚିତ କାନଫୁଲ ଗରିମାମୟ ସୌନ୍ଦର୍ଯ୍ୟକୁ ବ୍ରକ୍ତ କରିଥାଏ। ଯଦି ସେ ସରଳ କିନ୍ତୁ ରୁଚିସମ୍ପନ୍ନ ଅଳଙ୍କାର ପସନ୍ଦ କରୁଥାଆନ୍ତି, ତା’ହେଲେ ଆପଣ ଏକ ପ୍ଲାଟିନମ ଚେନ୍ ସହିତ ସୂକ୍ଷ୍ମ ଭାବେ ଡିଜାଇନ ହୋଇଥିବା ପେଣ୍ଡାଣ୍ଟ କିମ୍ବା ଶ୍ୱେତ ସୁବର୍ଣ୍ଣରେ ହୀରାଖଚିତ ଏକ ଷ୍ଟଡ୍ ସେଟ ନିଅନ୍ତୁ ବୋଲି ଆମେ ପରାମର୍ଶ ଦେବୁ। ପ୍ରତ୍ୟେକଟି ମୁହୂର୍ତ୍ତ ପାଇଁ ଏହା ଏକ ଆଦର୍ଶ ଉପହାର। ଦୈନନ୍ଦିନ ହୀର ଅଳଙ୍କାର ବା ଅଫିସ୍ କଲେକ୍ସନରୁ ଅତିସୂକ୍ଷ୍ମ ଭାବେ ଡିଜାଇନ ହୋଇଥିବା ହୀରା ହାର ଭଉଣୀଙ୍କ ଗଳାକୁ ବେଶ ମାନିବ ଓ ତାଙ୍କ ବ୍ୟକ୍ତିତ୍ୱକୁ ଏକ ସ୍ୱତନ୍ତ୍ର ପରିଚୟ ଦେବ। କାମ କରିବା ସମୟରେ କିମ୍ବା ବନ୍ଧୁମାନଙ୍କ ସହିତ ଭୋଜିରେ ଯୋଗ ଦେବା ବେଳେ, ସବୁଦିନ ଚମକିବା ଭଳି ଏକ ହୀରା ହାର ତାଙ୍କୁ ଉପହାର ଦିଅନ୍ତୁ।
ଆପଣଙ୍କ ଭଉଣୀ ଯଦି ଚୁଡ଼ି ପସନ୍ଦ କରନ୍ତି, ତା’ହେଲେ ଆପଣ ଅତି ସତର୍କତାର ସହିତ ହସ୍ତ କାରିଗରୀ ମାଧ୍ୟମରେ ଗଢ଼ା ହୋଇଥିବା ପାରମ୍ପରିକ ଚୁଡ଼ିର ସମ୍ଭାରରୁ ନିଜ ପସନ୍ଦର କିଛି ଚୟନ କରିପାରନ୍ତି। ନୀଳ ରତ୍ନ ପଥର କିମ୍ବା ରୁବି ଖଚିତ ଅତି ସୂକ୍ଷ୍ମ ଓ ସୁନ୍ଦର ଭାବେ ଗଢ଼ା ହୋଇଥିବା ବ୍ରେସଲେଟ ଅଥବା ପତଳା ଷ୍ଟେକେବଲ ସୁନା ବ୍ରେସଲେଟ୍ ଆପଣଙ୍କର ହାଇଷ୍ଟ୍ରିଟ୍ ଫେଶନକୁ ବହୁଗୁଣିତ କରିବ। ନିଦା ସୁନା ଅଳଙ୍କାର ଅଳଙ୍କାର ଏକ ଭିନ୍ନ ରୂପସଜ୍ଜା ଦେଇପାରେ। ଆଧୁନିକ ମହିଳାମାନଙ୍କ ପାଇଁ ଆପଣ ବୋଲ୍ଡ ଓ ଏକ୍ସପେରୀମେଣ୍ଟାଲ ଡିଜାଇନ ଚୟନ କରିପାରନ୍ତି। ଏପରି ମହିଳାମାନେ ସାହସୀ, ନିର୍ଭୀକ ହୋଇଥାନ୍ତି ଏବଂ ଅଜଣା ଦୁନିଆକୁ ଆବିଷ୍କାର କରିବାକୁ ଭଲ ପାଆନ୍ତି। ଅର୍ଣ୍ଣେଟ୍ ମୋଟିଫ, ସିଲ୍ଭର ବେସ୍, ରୋଜ୍ ଗୋଲ୍ଡ ତାଙ୍କର ଅଳଙ୍କାର ଆଭୂଷଣକୁ ଖୁବ ସୁନ୍ଦର ରୂପସଜ୍ଜା ଦେବ।
ଯଦି ସେ ପାରମ୍ପରିକ ଅଳଙ୍କାରକୁ ଭଲ ପାଆନ୍ତି, ତା’ହେଲେ କଲ୍ୟାଣ ଜୁଏଲର୍ସର ହସ୍ତ କାରିଗରୀ ସଂଗ୍ରହରୁ ଗୋଟିଏ ଅଭିନବ ଆଭୂଷଣ ସଂଗ୍ରହ କରି ନିଅନ୍ତୁ। ସୁନ୍ଦର ଭାବେ ଗଢ଼ା ହୋଇଥିବା କାନଫୁଲ, ମୁଦି ଏବଂ ହାର ନିଃସନ୍ଦେହରେ ଭଉଣୀଙ୍କୁ ଆନନ୍ଦ ଦେବ।
ଭାଇଙ୍କ ପାଇଁ ଗହଣା
କଲ୍ୟାଣ ଜୁଏଲର୍ସର ପୁରୁଷ କଲେକ୍ସନରେ ଭରି ରହିଛି ଅଭିନବ, ଚିନ୍ତାଶୀଳ ଭାବେ ଗଢ଼ା ହୋଇଥିବା ଉପହାର। ଅଳଙ୍କାର ପିନ୍ଧିବା ଏକ ପ୍ରଚଳନ। ଜଣେ ଆଧୁନିକ ଚିନ୍ତାଧାରା ସମ୍ପନ୍ନ ବ୍ୟକ୍ତି ସୂକ୍ଷ୍ମତା, ଗୁଢ଼ତା ଓ ଐଶ୍ୱର୍ଯ୍ୟକୁ ପସନ୍ଦ କରିଥାନ୍ତି। ଏହି କଲେକ୍ସନରେ ରହିଛି ଅତିସୂକ୍ଷ୍ମ ହୀରା ଅଳଙ୍କାର ବିପୁଳ ସମ୍ଭାର ଯାହା ପ୍ରତ୍ୟେକ ସୌନ୍ଦର୍ଯ୍ୟପ୍ରିୟ ବ୍ୟକ୍ତିଙ୍କୁ ସାଜିଥାଏ। ପୁରୁଷଙ୍କ ପାଇଁ ହୀରା ଅଳଙ୍କାର ଉପହାର ଲାଗି, ଅଭିନବ ପତଳା ଡିଜାଇନ ହୋଇଥିବା ଏକ ସୁନା ମୁଦି ଏକ ଆଦର୍ଶ ଉପହାର ହୋଇପାରେ।
କ୍ଲାସିକ ସୁନା ଚେନ୍ ସବୁବେଳେ ପାଇଁ ଯେକୌଣସି ବିଶେଷ ମୁହୂର୍ତ୍ତରେ ଉପହାର ଦେବାକୁ ଉପଯୁକ୍ତ ହୋଇଥାଏ। ଆଇକନିକ ବ୍ରେଡେଡ୍, ଡବଲ ଟୋନ୍ ହୋଇଥିବା ବ୍ରେସଲେଟ୍ ହାତକୁ ଭଲ ସାଜିଥାଏ ଓ ଆଖିକୁ ଫ୍ୟାନ୍ସି ଦେଖାଯାଏ। ସୁନା ଓ ଉଜ୍ଜ୍ୱଳ କଳା ଓନିକ୍ସର ମିଶ୍ରଣରେ ଏକ ଡେକୋରେଟିଭ୍ ମୋଟିଫ୍ ସହିତ କଳା ଓନିକ୍ସ ମୁଦି ଉପହାର ଦେବା ପାଇଁ ଅତି ଚମତ୍କାର ହୋଇଥାଏ। ଏକ ପ୍ରଭାବଶାଳୀ ଓ ଅଭିନବ ଡିଜାଇନ ପୁରୁଷଙ୍କ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ରୂପସଜ୍ଜା ହୋଇଥାଏ। ଶ୍ରେଷ୍ଠ ଜିନିଷ ପସନ୍ଦ କରୁଥିବା ଭାଇଙ୍କ ପାଇଁ ୨୪ କ୍ୟାରେଟ୍ ସୁନା ମୁଦ୍ରା ସୁନାର ସବୁଠୁ ଖାଣ୍ଟି ରୂପ ହୋଇଥାଏ। ରୁଚିଶୀଳ ପୁରୁଷଙ୍କ ପୋଷାକର ପ୍ରତିକ ହୋଇଥାଏ କୁର୍ତ୍ତା ବୋତାମ। ହୀରା ସହିତ ସୁନା ଖଚିତ ବୋତାମ ତାଙ୍କର କୁର୍ତ୍ତାକୁ ଏକ ଶ୍ରେଷ୍ଠ ଦୃଶ୍ୟ ପ୍ରଦାନ କରିଥାଏ। କିମ୍ବା ବୋଧହୁଏ ଏହି ସୁନ୍ଦର ହୀରା କଫ୍ଲିଙ୍କସ୍ ଗୁଡ଼ିକ ତାଙ୍କର ସୁଟ ଓ ଟକ୍ସେଡସକୁ ଅଧିକ ସୁନ୍ଦର ରୂପ ଦେଇଥାଏ।
ଭାଇ ଦୁଜ୍ ପର୍ବକୁ ସାରା ଦେଶରେ ଖୋଲା ହୃଦୟରେ ଏବଂ ଅପାର ଆନନ୍ଦ ସହିତ ସ୍ୱାଗତ କରାଯାଇଥାଏ। ନିଶ୍ଚିତ ଭାବେ, ଏହି ପବିତ୍ର ପର୍ବର ନାମ ଏବଂ ପରମ୍ପରା ବିଭିନ୍ନ ଅଞ୍ଚଳରେ ଭିନ୍ନ ହୋଇଥାଏ। କିନ୍ତୁ ଭାଇ ଦୂଜର ମହକ, ଭାଇ ଓ ଭଉଣୀଙ୍କ ଚିରସ୍ଥାୟୀ ସ୍ନେହର ସମ୍ପର୍କକୁ ପ୍ରସାରିତ କରିଥାଏ। ସୁସ୍ୱାଧୁ ମିଠା ଏବଂ ଆକର୍ଷଣୀୟ ଉପହାର ସହିତ ଏହା ଆହୁରି ସାର୍ବଜନୀନ ହୋଇଥାଏ।
ଉପହାର ପାଇବା ଏକ ଚମତ୍କାର ଅନୁଭବ ଦେଇଥାଏ, ଉପହାର ଦେବା ଏକ ଆତ୍ମସନ୍ତୋଷ ପ୍ରଦାନ କରିଥାଏ। ଏହି ଭାବନାକୁ କେବେ କଳନା କରି ହେବ ନାହିଁ। ଉପହାର ଖୋଲିବାର ଆନନ୍ଦ ଯେତିକି ଖୁସି ଦେଇଥାଏ, ଉପହାର ଦେବା ତା’ଠାରୁ ଅଧିକ ଆତ୍ମସନ୍ତୋଷ ପ୍ରଦାନ କରିଥାଏ, ଯାହାକି ଶାଶସ୍ୱତ ହୋଇଥାଏ। ଉପହାର ଦେବା ସ୍ନେହକୁ ସ୍ୱୀକାର କରିବାର ଏକ ପ୍ରତୀକ ହୋଇଥାଏ, ଏହାର ନିଜର ଭାବନାକୁ ବ୍ୟକ୍ତ କରିବା ଲାଗି ଯଥେଷ୍ଟ।
ଭାଇ ଓ ଭଉଣୀଙ୍କ ମଧ୍ୟରେ ସହଭାଗୀ ସମ୍ପର୍କ ସବୁଠୁ ସ୍ୱତନ୍ତ୍ର ହୋଇଥାଏ, ପରସ୍ପରକୁ ସମର୍ଥନ କରିବା ଏବଂ ଅସୁବିଧା ସମୟରେ ପରସ୍ପରକୁ ସାହାଯ୍ୟ କରିବା ଏ ସମ୍ପର୍କର ଅଭିନବତ୍ୱକୁ ବ୍ୟକ୍ତ କରିଥାଏ। ତେଣୁ ଭାଇ ଓ ଭଉଣୀ ପରସ୍ପରକୁ ଦେଉଥିବା ଉପହାର ସବୁବେଳ ପାଇଁ ଅକ୍ଷୂର୍ଣ୍ଣ ରହିଥାଏ।

Can we help you?