Kalyan Jewellers, Hamdan Street, Abu Dhabi

Shop No-1 & 2, Omeir Bin Yousuf Mosque - Zone 1E3-01
Abu Dhabi- 43680

(971)800-0320969

Call Now

Opens at

<All Articles

କଲ୍ୟାଣ ଜୁଏଲର୍ସର ସଂକଳ୍ପ କଲେକ୍ସନ ସହିତ ଦୁର୍ଗା ପୂଜା ପାଳନ କରନ୍ତୁ

ଏହି ବର୍ଷର ଶ୍ରେଷ୍ଠ ସମୟ ଏଠାରେ ରହିଛି! ପଶ୍ଚିମବଙ୍ଗରେ ଦୁର୍ଗା ପୂଜା କଥା କଳ୍ପନା କଲେ ଶରତ ଋତୁର ସୁନ୍ଦର ଆକାଶ, ଢୋଲ ବାଜିବା ଧ୍ୱନି, ମଲ୍ଲୀ ଫୁଲର ମନମତାଣିଆ ସୁବାସ, ରଙ୍ଗୀନ ପେଣ୍ଡାଲ ଓ ସୁନ୍ଦର ବେଶ ପୋଷାକରେ ସୁସଜ୍ଜିତ ପୁରୁଷ ଓ ମହିଳାମାନଙ୍କର ଧାଡ଼ି ଆଖି ଆଗରେ ନାଚିଯାଏ। ଦୁର୍ଗା ପୂଜା ହେଉଛି ଦେଶର ବିଭିନ୍ନ ଅଂଶରେ ତଥା ପଶ୍ଚିମବଙ୍ଗରେ ଆଶ୍ୱିନ ମାସରେ ପାଳିତ ହେଉଥିବା ଏକ ଉତ୍ସବ। ଉତ୍ତର ଭାରତରେ ଏହି ଉତ୍ସବ ନବରାତ୍ରୀ ଏବଂ ଦଶହରା ନାମରେ ପରିଚିତ।
ମହିଷାସୁର ବଧ କରି ମା’ ଦୁର୍ଗା ସାରା ସଂସାରକୁ ରକ୍ଷା କରିବାକୁ ମନେ ପକାଇ ଦୁର୍ଗା ପୂଜା ପାଳନ କରାଯାଏ। ଦୁର୍ଗା ପୂଜା ପଶ୍ଚିମବଙ୍ଗରେ ଏବଂ ପୂର୍ବ ଭାରତରେ କେତେକ ଅଂଶରେ ନାରୀ ଶକ୍ତିର ପୂଜନ ଭାବରେ ମହା ଆଡମ୍ବରରେ ପାଳନ କରାଯାଇଥାଏ। ନାରୀ ହେଉଛି ଶକ୍ତି, ସ୍ନେହ, ଦୃଢ଼ତା, ଜ୍ଞାନ, ଦଣ୍ଡ ଦେବାର କ୍ଷମତା ଏବଂ ଶେଷରେ ଅପୂର୍ବ ସୌନ୍ଦର୍ଯ୍ୟର ପ୍ରତୀକ। ମା’ ଦୁର୍ଗାଙ୍କ ମୂର୍ତ୍ତିକୁ ଆକର୍ଷଣୀୟ ଶାଢ଼ି ଓ ପାରମ୍ପରିକ ବଙ୍ଗାଳୀ ଅଳଙ୍କାର ଆଭୂଷଣରେ ସଜ୍ଜିତ କରାଯାଇଥାଏ।
କଥା ସାହିତ୍ୟରେ ଏବଂ ଚଳଚ୍ଚିତ୍ରରେ ବର୍ଷ ବର୍ଷ ଧରି ବଙ୍ଗାଳୀ ମହିଳାମାନଙ୍କର ଦୃଢ଼ ବ୍ୟକ୍ତିତ୍ୱର ବର୍ଣ୍ଣନା ରହିଛି ସମ୍ଭବତଃ ଏହା ମା’ ଦୁର୍ଗାଙ୍କର ଶକ୍ତି ଉପରେ ଆଧାରିତ। ତେଣୁ, ଏହି କେତୋଟି ଦିନ ବଙ୍ଗାଳୀ ମହିଳାମାନେ ଆକର୍ଷଣୀୟ ଶାଢ଼ି ଓ ପାରମ୍ପରିକ ତଥା ଏଥିନିକ୍ ଜୁଏଲାରୀ ପିନ୍ଧି ଏହି ଉତ୍ସବ ସମୟରେ ନିଜର କ୍ଷମତାକୁ ପ୍ରତିଫଳିତ କରିଥାନ୍ତି ଓ ନିଜର ଚମକକୁ ବହୁଗୁଣିତ କରିଥାନ୍ତି।
ପ୍ରକୃତ ଉତ୍ସବ ଆରମ୍ଭ ପୂର୍ବରୁ ଜଣେ ଉତ୍ସବର ଆନନ୍ଦ, ଉତ୍ତେଜନା ଏବଂ ଉତ୍ସବର ଆଗମନ ଅନୁଭବ କରିପାରିବେ। ଏହି ଏଗାର ଦିନ ସାରା ବର୍ଷର ସବୁଠାରୁ ଅଧିକ ଆନନ୍ଦମୟ ହୋଇଥାଏ। ନାରୀ, ପୁରୁଷ, ପିଲାଠାରୁ ବଡ଼ଯାଏ ସମସ୍ତେ ଏକାଠି ହୋଇ ଏହି ଉତ୍ସବ ପାଳନ କରିଥାନ୍ତି ଏବଂ ନୂଆ ନୂଆ ପୋଷାକ ପିନ୍ଧି, ବୁଲି ବୁଲି ବିଭିନ୍ନ ପେଣ୍ଡାଲରେ ଦେବୀ ଦର୍ଶନ କରନ୍ତି, ସ୍ୱାଦିଷ୍ଟ ଭୋଜନ କରନ୍ତି ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ନିଜର ପ୍ରିୟ ପରିଜନଙ୍କ ସହ ସମୟ ବିତାଇଥାନ୍ତି।
ବଙ୍ଗାଳୀ ମହିଳାମାନଙ୍କ ପାଇଁ, ପାରମ୍ପରିକ ବଙ୍ଗାଳୀ ଅଳଙ୍କାର ବ୍ୟତୀତ ପ୍ରସାଧନ ସମ୍ପୂର୍ଣ୍ଣ ହୁଏ ନାହିଁ। ସୁନା ଅଳଙ୍କାର ଯୁଗ ଯୁଗ ଧରି ଅତ୍ୟନ୍ତ ମୂଲ୍ୟବାନ ତଥା ପ୍ରିୟ ଅଳଙ୍କାର ଭାବରେ ଆଦୃତି ଲାଭ କରିଛି। ତେଣୁ ଏହା ଚିକ୍ ନିଉ ଡିଜାଇନ୍ ହେଉ କିମ୍ବା ପାରମ୍ପରିକ ଭାବରେ ହାତ ତିଆରି ଅଳଙ୍କାର ହେଉ ସେଗୁଡ଼ିକର ସମ୍ମେଳନ ସହିତ ସୁନ୍ଦର ଶାଢ଼ି ଏବଂ ଚଟାଣରେ ସ୍ପର୍ଶ କରୁଥିବା ଅନାରକଲି ପ୍ରତ୍ୟେକ ମହିଳାଙ୍କର ଦେବୀପଣକୁ ଉନ୍ମୁକ୍ତ କରିଥାଏ।
ମହା ଷଷ୍ଠୀ: ଏହି ଦିନରେ ମା’ ଦୁର୍ଗା ପୃଥିବୀ ପୃଷ୍ଠରେ ଅବତରଣ କରିଥାନ୍ତି। ମହା ଷଷ୍ଠୀ ଦିନ ମା’ ଦୁର୍ଗାଙ୍କୁ ଅକଲ ବୋଧନ, ଆମନ୍ତ୍ରଣ ଏବଂ ଅଧିବାସ ନାମକ ପବିତ୍ର ବିଧି ସହିତ ସ୍ୱାଗତ କରାଯାଇଥାଏ। ବିଭିନ୍ନ ମନଲୋଭା କାର୍ଯ୍ୟକ୍ରମ ମାଧ୍ୟମରେ ମା’ ଆମ ଜୀବନର ଅଂଶ ପାଲଟିଯାଇଥାନ୍ତି, ପୂଜା ବିଧିର ସୁବାସ ଏବଂ ଢୋଲର ଧ୍ୱନି ପରବର୍ତ୍ତୀ କିଛିଦିନ ପର୍ଯ୍ୟନ୍ତ ଏହି ପୂଜାକୁ ସମ୍ପୂର୍ଣ୍ଣ କରିଥାଏ। ଏହି ଦିନ ପ୍ରତ୍ୟେକ ବଙ୍ଗାଳୀ ତାଙ୍କ ନିଜ ପରମ୍ପରା ଓ ପରିବାରକୁ ମନେ ପକାଇଥାନ୍ତି ଏବଂ ଘରକୁ ଫେରି ଆସିଥାନ୍ତି। ବଙ୍ଗାଳୀମାନେ ଏହି ଉତ୍ସବର କିଛି ଦିନ ନିଜ ଘରେ ନିଜ ପ୍ରିୟ ପରିଜନଙ୍କ ସହିତ ମା’ ଦୁର୍ଗାଙ୍କର ଆରାଧନା କରିବାକୁ ପସନ୍ଦ କରିଥାନ୍ତି। ପିଲାଦିନକୁ ଫେରିଯିବା, ଏକାଠି ହେବା ଏବଂ ହସଖୁସିର ସମୟ ହୋଇଥାଏ।
ମହାଷଷ୍ଠୀ ପୂର୍ବଦିନ ସନ୍ଧ୍ୟାରେ ମା’ ଦୁର୍ଗା, ତାଙ୍କର ସନ୍ତାନ ସନ୍ତତି ଏବଂ ଅସୁର ସମ୍ପୂର୍ଣ୍ଣ ଭାବରେ ପରିଦୃଷ୍ଟ ହୁଅନ୍ତି। ତାଙ୍କର ମୁଖା ଖୋଲି ଦିଆଯାଇଥାଏ। ସୂକ୍ଷ୍ମ ଭାବରେ ଡିଜାଇନ୍ କରାଯାଇଥିବା ସିଲ୍କ ଏବଂ ଗହଣା, ବିଭିନ୍ନ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ ହୋଇଥାନ୍ତି, ଏହା ସହିତ ଉତ୍ସବ ଆରମ୍ଭ ହୋଇଥାଏ। ଘରର ପ୍ରତିକୋଣରେ ଆଲୁଅ ଜଳି ଉଠିଥାଏ ଏବଂ ସମଗ୍ର ସମାଜ ପାରମ୍ପରିକ ପୋଷାକ ଏବଂ ପାରମ୍ପରିକ ବଙ୍ଗାଳୀ ଅଳଙ୍କାର ପିନ୍ଧି ଏକାଠି ହୋଇଥାନ୍ତି।
ଯେହେତୁ ଏହା ଉତ୍ସବ ଋତୁର ପ୍ରଥମ ଦିନ ହୋଇଥାଏ ତେଣୁ ପୋଷାକ ସେମି କାଜୁଆଲ୍, ଇଣ୍ଡୋ -ୱେଷ୍ଟର୍ଣ୍ଣ କିମ୍ବା ସୂତା ଶାଢ଼ି ହୋଇଥାଏ। ତେଣୁ, ଆକର୍ଷଣୀୟ ସାଲୁଆର କମିଜ୍ କିମ୍ବା ଶାଢ଼ି ସହିତ ସର୍ବନିମ୍ନ ମେକଅପ୍, ଏକ ସିମ୍ପଲ୍ ଆଇ ସ୍ୟାଡୋ କିମ୍ବା ଇନର୍ କର୍ଣ୍ଣର୍ ହାଇଲାଇଟ୍ କିମ୍ବା ଏକ ସବ୍ ଡ୍ୟୁଡ, ସିମର୍ ଏବଂ ଏକ ବୋଲ୍ଡ ଲିପ୍ ବା ଓଠ ଏହି ଦିନ ପାଇଁ ବେଶଭୂଷାକୁ
ସମ୍ପୂର୍ଣ୍ଣ କରିଥାଏ।
ଏହି ଦିନ, ଉଜ୍ଜ୍ୱଳ ଏବଂ ଅପେକ୍ଷାକୃତ ଭାବେ ହାଲ୍କା ରଙ୍ଗ ବାଛନ୍ତୁ ଏବଂ ଏହି ପୋଷାକ ସହିତ ଭଲ ଦିଶୁଥିବା ଏକ ସରଳ ନେକ୍ ଲେସ୍ ଯେପରିକି ସୁନା ଚେନ୍ ସହିତ ଏକ ଷ୍ଟେଟମେଣ୍ଟ ପେଣ୍ଡେଣ୍ଟ୍ ବାଛନ୍ତୁ। କ୍ଲାସିକ୍, ପ୍ଲେନ୍ ସୁନା ଚୁଡ଼ି ଦେଖନ୍ତୁ, ତାହା ସହିତ ହାଲ୍କା ସୁନା ଝୁମ୍କା ବା ଫୁଲ ପେଣ୍ଡି ବାଛନ୍ତୁ।
ସନ୍ଧ୍ୟା ସମୟରେ ଏକ ଜାମଦାନି କିମ୍ବା ଭଲ ସିଲ୍କ୍ ଶାଢ଼ି ପିନ୍ଧନ୍ତୁ। କୁନ୍ଦନ କାନଫୁଲ ସହିତ ଏକ ହେରଲୁମ୍ ସୁନା ହାରର ସମାହାରର ପାରମ୍ପରିକ ବେଶଭୂଷାକୁ ସମ୍ପୂର୍ଣ୍ଣ କରିଥାଏ।
ମହା ସପ୍ତମୀ ଦିନ ସମସ୍ତ ଉତ୍ସବ ଆରମ୍ଭ ହୁଏ। ମା’ ଦୁର୍ଗା ଜୀବନ୍ତ ହୋଇ ଉଠନ୍ତି। ପୂଜା ମନ୍ତ୍ର ବିଧି ମାଧ୍ୟମରେ ମା’ଙ୍କର ଆଖି ଖୋଲେ ଏବଂ ସେ ପ୍ରଥମ ଥର ପାଇଁ ଆମକୁ ଦେଖନ୍ତି। ମା’ ଦୁର୍ଗାଙ୍କର ଆତ୍ମାକୁ ଗୋଟିଏ କଦଳୀ ଗଛକୁ କନ୍ୟା ରୂପରେ ସଜାଇ ରୂପାୟିତ କରାଯାଇଥାଏ। ଏହି ବିଧିକୁ କୁହାଯାଏ ‘ପ୍ରାଣ ପ୍ରତିଷ୍ଠା’।
ମହାସପ୍ତମୀର ଚେହେରା ହେବ ଜାକାର୍ଡ ବୁଣା ଶାଢ଼ି ଏକ ହାଇଡ୍ରାଞ୍ଜି ନୀଳ, ଗୋଲାପୀ କିମ୍ବା ହଳଦିଆ ରଙ୍ଗରେ। ଏକ କ୍ଲାସି ଏବଂ ମିନିମାଲିଷ୍ଟିକ୍ ସାଲୱାର ସୁଟ୍ କିମ୍ବା ଏକ କୁର୍ତ୍ତୀ ସହିତ ସରାରା ଏହି ଷ୍ଟେଟମେଣ୍ଟ ଅଳଙ୍କାର ପିସକୁ କମ୍ପ୍ଲିମେଣ୍ଟ କରିଥାଏ। ଏହି ଦିନ ସମୟରେ ଏକ ସବଟେଲ ନ୍ୟୁଡ୍ କିମ୍ବା କୋରାଲ ଲିପ୍ ପସନ୍ଦ କରନ୍ତୁ।
ଅଳଙ୍କାର ପାଇଁ, ମନେରଖନ୍ତୁ ସବୁଠାରୁ ସିମ୍ପଲ୍, ସବୁଠାରୁ ଆକର୍ଷଣୀୟ ହୋଇଥାଏ। ତେଣୁ ହଳେ ହୀରା କାନଫୁଲ କିମ୍ବା ହାତ ତିଆରି କାନଫୁଲ ସହିତ ମୀନା କରି ଏବଂ ଏକାଧିକ ମୁଦୀ ପିନ୍ଧି ଆପଣଙ୍କର ଦିନକ ପାଇଁ ବେଶଭୂଷା ସମ୍ପୂର୍ଣ୍ଣ କରନ୍ତୁ।
ସ୍ମୋକି ଆଇ ଏବଂ ବୋଲ୍ଡ ଲିପ୍ ପରିଧାନ କରି ସନ୍ଧ୍ୟାରେ ଗ୍ଲାମର୍ସ ଦିଶନ୍ତୁ। ମାଟି ରଙ୍ଗର ସହିତ ହଳେ ସୁନା ଗଂଗା, ପଲା ଏବଂ ନୂଆ ଓ ପାରମ୍ପରିକ ବଙ୍ଗାଳୀ ସୀତା ହାର ସନ୍ଧ୍ୟାର ବେଶଭୂଷାକୁ ସମ୍ପୂର୍ଣ୍ଣ କରିଥାଏ। ମୂଲ୍ୟବାନ ପଥର ଯେପରିକି ରୁବି, ଏମେରାଲଡସ୍ ଏବଂ ହୀରା ଖଚିତ ସୁନା ବା ରୂପା ଚୁଡ଼ି ସହିତ ଏକ ଲେହେଙ୍ଗା କିମ୍ବା ଏକ ସରାରା ବାଛନ୍ତୁ।
ମିନିମାଲିଷ୍ଟିକ୍ ପ୍ଲାଟିନମ୍ ଏବଂ ହ୍ୱାଇଟ୍ ଗୋଲ୍ଡ ଅଳଙ୍କାର ଆଧୁନିକ ଫେସନକୁ ସୂଚିତ କରିଥାଏ ଏବଂ ଫ୍ୟୁଜନ୍ ଏନସେମ୍ବେଲ ଏବଂ କ୍ଲାସି ସାର୍ଟୋରିଆଲ୍ ପସନ୍ଦ ସହିତ ଭଲ ଦିଶିଥାଏ।
ମହା ଅଷ୍ଟମୀ: ମହା ଅଷ୍ଟମୀରେ, ସବୁଠାରୁ ଆକର୍ଷଣୀୟ ଶାଢ଼ି ସହିତ ହେରଲୁମ୍ ଅଳଙ୍କାର ପିନ୍ଧନ୍ତୁ। ଆଶା କରାଯାଉଛି ଯେ ଯେଉଁଦିନ ମା’ ଦୁର୍ଗା ମହିଷାସୁର ବଧ କରିଥିଲେ, ସେହି ଦିନ ପୂଜାକୁ କୁହାଯାଏ ଅଞ୍ଜଳି ଏବଂ ସନ୍ଧି ପୂଜା (ଅଷ୍ଟମୀ ଏବଂ
ନବମୀର ମିଳନ)
ମହାଷ୍ଟମୀ ଦିନ ସକାଳେ, ମେକ୍ ଅପ୍ ପାଇଁ ଆମେ, ବୋଲ୍ଡ, ଆଇ କ୍ୟାଚିଙ୍ଗ୍ ଲିପଷ୍ଟିକ୍, ନାଲି ଏବଂ ମେରୁନ୍ ସ୍ଯାଡୋ, ତାହା ସହିତ ଡାର୍କ ଆଇ ମେକଅପ୍ ପରାମର୍ଶ ଦେଇଥାଉ। କିନ୍ତୁ, ଅବଶ୍ୟ, ଦିନ ଏବଂ ରାତିର ଉତ୍ସବ ମୁଖରତା ଅନୁଯାୟୀ ଜଣେ ରଙ୍ଗକୁ ବ୍ୟବସ୍ଥିତ କରିପାରିବେ।
ଆମର ବ୍ୟକ୍ତିଗତ ପସନ୍ଦ ହେଉଛି ଏହି ଦିନ ପାଇଁ ଏକ କ୍ଲାସିକ୍ ବେଙ୍ଗଲି ଚୁଡ଼ି। ଯେହେତୁ ସୁନା ଚୁଡ଼ି ସୌଭାଗ୍ୟ ଏବଂ ବିଜୟର ପ୍ରତୀକ ହୋଇଥାଏ, ଗୋଟିଏ ବା ଅଧିକ ବାଛନ୍ତୁ। ଏହାର ବିକଳ୍ପ ସ୍ୱରୂପ ସୁନ୍ଦର ହାତ ପ୍ରତି ଦୃଷ୍ଟି ଆକର୍ଷଣ କରିବା ପାଇଁ ଏକ ବ୍ରେସଲେଟ୍ କିମ୍ବା ବଳା ପିନ୍ଧନ୍ତୁ। ଶେଷରେ, ଏହି ରୂପ ଚିକ୍ କିମ୍ବା ଚୋକର୍ ସହିତ ଏବଂ ଝୁମକା ସହିତ ସମ୍ପନ୍ନ ହୋଇଥାଏ।
ଏକ ହାତ ତିଆରି କାନ ଫାସିଆ କିମ୍ବା ଇୟର୍ କଫ ସହିତ ଧଳା, ଅଳ୍ପ ଧଳା ବା ପାସେଲ୍ ସହିତ ଗମ୍ଭୀରତା ଏବଂ ସ୍ଥାୟୀ ସୌନ୍ଦର୍ଯ୍ୟ ପ୍ରତିଫଳିତ କରନ୍ତୁ। ମେକଅପ୍ କୁ ସଫ୍ଟ ରଖନ୍ତୁ। ଏହି ଚେହେରା ଆଧୁନିକ ମହିଳାଙ୍କ ପାଇଁ ପାରମ୍ପରିକ ଏବଂ ଆଧୁନିକ ଅଳଙ୍କାରର ଏକ ଚମତ୍କାର ସମାହାର ହୋଇଥାଏ।
ସନ୍ଧି ପୂଜା ହେଉଛି ଦୁର୍ଗା ପୂଜାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ବିଧି ମଧ୍ୟରୁ ଗୋଟିଏ। ଅଷ୍ଟମୀ ତିଥିର ଶେଷ 24 ମିନିଟ୍ ଏବଂ ନବମୀ ତିଥିର ପ୍ରଥମ 24 ମିନିଟ୍ ସନ୍ଧିକ୍ଷଣ ହୋଇଥାଏ। ଏହା ହେଉଛି ଅଷ୍ଟମୀ ଓ ନବମୀର ପବିତ୍ର ସନ୍ଧିକ୍ଷଣ। ଏହି ସନ୍ଧି ପୂଜା ଭକ୍ତମାନଙ୍କର ଏହି ସମୟରେ ଦୃଢ଼ ଆବେଗକୁ ପ୍ରତିଫଳିତ କରିଥାଏ, ଚଣ୍ଡି ମୁଣ୍ଡା, ଦୁଷ୍ଟ ଅସୁର ମା’ଙ୍କ ନିକଟରେ ନତମସ୍ତକ ହୋଇଥାନ୍ତି ଏବଂ ସେ ପୁନର୍ବାର ସମସ୍ତ ଦୁଷ୍ଟ ଶକ୍ତି ଉପରେ ବିଜୟ ଲାଭ କରିଥାନ୍ତି।
ସନ୍ଧି ପୂଜା ସମୟରେ ମା’ ଦୁର୍ଗାଙ୍କର ଚାମୁଣ୍ଡା ରୂପରେ ପୂଜା ସହିତ ଢୋଲ ବଜାଯାଇଥାଏ। ଏହା ହେଉଛି ଦୁଷ୍ଟ ଶକ୍ତି ଉପରେ ଦେବୀଙ୍କର ବିଜୟ ଏବଂ ସର୍ବଶେଷରେ ନାରୀ ଶକ୍ତିର ବିଜୟ। ମା’ ଦୁର୍ଗା ସାରା ସଂସାରରୁ ଅନ୍ୟାୟ ଓ ଅତ୍ୟାଚାର ଦୂର କରିବା ପାଇଁ ମହିଷାସୁର ସମ୍ମୁଖରେ ହଳଦିଆ ଶାଢ଼ି ପିନ୍ଧି ସୁନା ରଙ୍ଗର ସୁନ୍ଦରୀ ନାରୀ ପରି ଦୃଶ୍ୟମାନ ହୁଅନ୍ତି।
ଜଣେ ଧଳା କିମ୍ବା ଉଜ୍ଜ୍ୱଳ ରଙ୍ଗର ଶାଢ଼ି, ସୁନା ଝୁମକା ଏବଂ ଏକ ବହୁସ୍ତରର ହାର କିମ୍ବା ସାତ ନୋଳି ହାର ପିନ୍ଧି ଏହି ବେଶକୁ ସମ୍ପୂର୍ଣ୍ଣ କରିପାରିବେ। ପୋଲକି ହାର କିମ୍ବା କୋଲାର ନେକଲେସ୍ ବା ଚାପ ସରି ଏହି ଅବସର ପାଇଁ ଉପଯୁକ୍ତ ହୋଇଥାଏ। ମେକଅପ୍ ପାଇଁ ବୋଲ୍ଡ ଲିପ୍, ସିମରି ଆଇସ୍ୟାଡୋ ଏବଂ ଚିକ୍ ବୋନକୁ ହାଇଲାଇଟ୍ କରିବା ପାଇଁ କୋରାଲ୍ ବ୍ଲସ୍ ବାଛନ୍ତୁ।
ମହା ନବମୀ: ଏହି ମହାଆରତୀ ମହାନବମୀରେ କରାଯାଇଥାଏ। ଆରତୀର ଅଗ୍ନି ମା’ ଦୁର୍ଗାଙ୍କ ଭିତରେ ଥିବା ଅଗ୍ନିର ପ୍ରତୀକ ହୋଇଥାଏ ଯାହାକି ଅଧିକରୁ ଅଧିକ ଉଚ୍ଚକୁ ପ୍ରଜ୍ଜ୍ୱଳିତ ହୋଇ ଏହାର ଆଲୋକରେ ଦୁଷ୍ଟଙ୍କ ବିନାଶ କରିଥାଏ। ଏହି ଦିନ ରେ ଲୋକେ ତାଙ୍କର ଉପବାସ ମଧ୍ୟ ଭଙ୍ଗ କରିଥାନ୍ତି।
ନବମୀ ପାଇଁ ଆମେ ପାରମ୍ପରିକ ଏବଂ ଆକର୍ଷଣୀୟ ପୋଷାକ ପିନ୍ଧିବାକୁ ପରାମର୍ଶ ଦେଇଥାଉ। ପାରମ୍ପରିକ ବଙ୍ଗାଳୀ ଅଳଙ୍କାର ସହିତ ମାନୁଥିବା ବଙ୍ଗଳାର ପାରମ୍ପରିକ ହସ୍ତତନ୍ତ ଶାଢ଼ି ପିନ୍ଧି ଏହି ଉତ୍ସବ ପାଳନ୍ତୁ।
ବୋଲ୍ଡ ଆଇଲୁକ୍, କଲର୍ ବା ସିମର୍ର ଏକ ପପ୍ ଏବଂ ଆଇ ସ୍ୟାଡୋ ସହିତ ମ୍ୟାଚ୍ ହେଉଥିବା ଏକ ଲିପଷ୍ଟିକ୍ ସେଡ୍ ସହିତ ସଜାଇ ହେବାକୁ ନବମୀରେ ବାଛନ୍ତୁ। ଅଳଙ୍କାର ପାଇଁ, ଆମ୍ଭେମାନେ ଏକ କଲବି ସଂକଳ୍ପ ସୁନା ଚୁଡ଼ି ପାଇଁ ପରାମର୍ଶ ଦେଉଛୁ। ସେଗୁଡ଼ିକରେ ଥିବା ସୁପ୍ତ ଆକର୍ଷଣ, ବଳିଷ୍ଠତା, ସୂକ୍ଷ୍ମ ଡିଜାଇନ୍ ମା’ଦୁର୍ଗାଙ୍କର କୈଳାସ ଫେରିଯିବା ପୂର୍ବରୁ ଶେଷ ଦିନର ମାନସିକ ସ୍ଥିତି ପାଇଁ ଅନୁକୂଳ ହୋଇଥାଏ।
ହାର ସହିତ ମ୍ୟାଚ୍ ହେଉଥିବା ପେଣ୍ଡାଣ୍ଟ, ଚୁଡ଼ି ଏବଂ ଆକର୍ଷଣୀୟ ଚାଣ୍ଡେଲିୟର୍ ଇୟର୍ ରିଙ୍ଗ୍ ପିନ୍ଧନ୍ତୁ। ଏହି କମ୍ବିନେସନ୍ ଚେହେରାକୁ ଆକର୍ଷଣୀୟ କରେ କିନ୍ତୁ ‘‘ଓଭର୍ ଦ ଟପ୍’’ ନୁହେଁ। ଶେଷରେ, ଆରାମଦାୟକ ଫେସନ୍ ବାଛନ୍ତୁ, ସଲିଡ୍ ସିଲହଟ୍ ଏବଂ ଷ୍ଟ୍ରେଟ୍ କଟ୍ସ, ତାହାସହିତ ଆଣ୍ଟିକ ନେକଲେସ୍ ଏବଂ ସନ୍ଧ୍ୟା ସମୟ ପାଇଁ ସୂକ୍ଷ୍ମ ଭାବରେ ଡିଜାଇନ୍ ହୋଇଥିବା ନାକଫୁଲ।
ବିଜୟା ଦଶମୀ: ଏହି ଦିନ ମା’ ଦୁର୍ଗା ତାଙ୍କର ସ୍ୱାମୀ ପ୍ରଭୁ ଶିବଙ୍କ ସହ ମିଳିତ ହେବା ପାଇଁ ତାଙ୍କର ଯାତ୍ରା ଆରମ୍ଭ କରନ୍ତି। ‘ଘାଟ’ରେ ପ୍ରତୀକାତ୍ମକ ବିସର୍ଜନ ପରେ, ଏକ ମାଠିଆରେ ଜଳ ଏବଂ ପବିତ୍ର ପତ୍ର ଭରି ବିବାହିତ ମହିଳାମାନେ ମା’ ଦୁର୍ଗାଙ୍କ ସହ ପ୍ରଭୁ ଶିବଙ୍କର ପୁନର୍ମିଳନକୁ ସୂଚିତ କରି ‘ସିନ୍ଦୁର ଖେଳା’ କରିଥାନ୍ତି। ତାହା ପରେ ସେମାନେ ଲୋତକାପ୍ଲୁତ ନୟନରେ, ମା’ ଦେବୀଙ୍କ କପାଳରେ ସିନ୍ଦୁର ଦେଇ, ତାଙ୍କୁ ମିଷ୍ଟାନ୍ନ ଭୋଜନ କରାଇ ଏବଂ ତାଙ୍କର ପାଦ ସ୍ପର୍ଶ କରି ବିଦାୟ ଦେଇଥାନ୍ତି। ତାହା ପରେ ମହିଳାମାନେ ପରସ୍ପର ମୁହଁରେ ସିନ୍ଦୁର ବୋଳି ସେମାନଙ୍କ ଦାମ୍ପତ୍ୟ ଜୀବନର ଆନନ୍ଦର ଉତ୍ସବ ପାଳିଥାନ୍ତି।
ଏହି ଉତ୍ସବର ଶେଷ ଦିନ ପାଳନ ଅବସରରେ ଆଇକନିକ ଲାଲ୍ ପାଢ଼ ସାଦା ଶାଢ଼ି ପିନ୍ଧନ୍ତୁ, ଯାହାକି ବଙ୍ଗାଳୀ ନାଲି ପାଢ଼ି ବିଶିଷ୍ଟ ଧଳା ଶାଢ଼ି ଭାବରେ ଜଣାଶୁଣା। ଆମେ ପରାମର୍ଶ ଦେବୁ ଯେ ଏକ ସୁନା ଚୋକର୍, କେତୋଟି ଚୁଡ଼ି, ଶଙ୍ଖା, ପୋଲା ଏବଂ ନୋଆ ପିନ୍ଧନ୍ତୁ ଏବଂ ସମସ୍ତଙ୍କଠାରୁ ଅଲଗା ଦିଶନ୍ତୁ।
ଏକ ଆକର୍ଷଣୀୟ ମକରମୁଖୀ ବାଲା ପିନ୍ଧନ୍ତୁ ଯାହାକି ଚନ୍ଦ୍ର ବାଲା କାନଫୁଲ ସହିତ ବାହୁରେ ଚମକିଥାଏ, ଏହା ହେଉଛି ପାରମ୍ପରିକ ବଙ୍ଗଳା ଅଳଙ୍କାର ମଧ୍ୟରୁ ଅନ୍ୟତମ। ଜଣେ ମଧ୍ୟ ଆକର୍ଷଣୀୟ ଦିଶିବା ପାଇଁ ସୁନା ରତ୍ନ ଚୁଡ଼ି (ପ୍ରତି ଆଙ୍ଗୁଠିରେ ମୁଦି ସଂଲଗ୍ନ ହୋଇଥିବା ସହିତ ଏକ ବ୍ରେସଲେଟ୍) ପିନ୍ଧିପାରିବେ। ଏହା ମୁଖ୍ୟତଃ ମୟୂର କିମ୍ବା ପଦ୍ମ ଡିଜାଇନରେ ଆସେ।
ଉପସଂହାର
ଏହା ବିଶ୍ୱାସ କରାଯାଏ ଯେ ଦୁର୍ଗା ପୂଜା ସମୟରେ ହିଁ ବଙ୍ଗାଳୀ ମହିଳାମାନଙ୍କର ପ୍ରକୃତ ସୁନ୍ଦରତା ପ୍ରସ୍ଫୁଟିତ ହୋଇଥାଏ। ମା’ ଶାନ୍ତି, ଆନନ୍ଦ, ଶକ୍ତି ଏବଂ ବିଜୟର ପ୍ରତୀକ। ଏହି ସଂକଳ୍ପ କଲେକ୍ସନ ଦୁର୍ଗା ପୂଜାର ଭାବନାକୁ ପ୍ରତିଫଳିତ କରିଥାଏ। ଏହା ହେଉଛି ବଙ୍ଗାଳୀମାନଙ୍କର ଆକର୍ଷଣୀୟ ଉତ୍ସବ, ବିଭିନ୍ନ ସଂସ୍କୃତି ଏବଂ ବ୍ୟକ୍ତିମାନଙ୍କ ପ୍ରତି ଶ୍ରଦ୍ଧା ଭାବର ସମର୍ପଣ, ପ୍ରତିଟି ପିସ୍ ଆଞ୍ଚଳିକ ଦୋକାନୀମାନଙ୍କର ଅଗ୍ରାଧିକାରକୁ ଦୃଷ୍ଟିରେ ରଖି ପରିକଳ୍ପନା କରାଯାଇଛି।
ସୂକ୍ଷ୍ମ କାରିଗରୀ ସହିତ ଆଣ୍ଟିକ୍ ଜୁଏଲାରୀଠାରୁ ଏଥିନିକ୍ କୁନ୍ଦନ ଜୁଏଲାରୀ ସେଟ୍ ପର୍ଯ୍ୟନ୍ତ ପ୍ରତିଟି ପିସ୍ ଅତ୍ୟନ୍ତ ଆକର୍ଷଣୀୟ ମନେହୁଏ, ଏଥିରେ ରହିଥିବା ସୂକ୍ଷ୍ମ ବିବରଣୀ ‘ବଙ୍ଗାଳୀ’ମାନଙ୍କର ସାଂସ୍କୃତିକ ପରମ୍ପରାକୁ ପ୍ରତିଫଳିତ କରେ। ସଂକଳ୍ପ ହେଉଛି କଲ୍ୟାଣ ଜୁଏଲର୍ସର ଏକ ପାରମ୍ପରିକ ଜୁଏଲାରୀ ଲାଇନ୍ ଯାହାକି ସର୍ବକାଳୀନ ଡିଜାଇନକୁ ନେଇ ଗଠିତ, ପାରମ୍ପରିକତାକୁ ଧରି ରଖିବା ସହ ଆଧୁନିକତାର ସ୍ପର୍ଶରେ ସମୃଦ୍ଧ। ପାରମ୍ପରିକ ଅଳଙ୍କାରର ଏହି ଧାରା ସୁନ୍ଦର ଦିଶିବା ସହିତ ଆଶା ଓ ସମୃଦ୍ଧିର ପ୍ରତୀକ ଭାବରେ ମଧ୍ୟ ପରିଦୃଷ୍ଟ ହୋଇଥାଏ।
କଲ୍ୟାଣ ଜୁଏଲର୍ସ ଦ୍ୱାରା ସଂକଳ୍ପ କଲେକ୍ସନ ବାସ୍ତବରେ ବଙ୍ଗାଳୀ ସଂସ୍କୃତିର ନିଷ୍କର୍ସକୁ ଧରି ରଖିଥାଏ, ବିଶେଷକରି ଦୁର୍ଗାପୂଜା ସମୟରେ। ଏହି ସୂକ୍ଷ୍ମ କାରିଗରୀ, ସୁନ୍ଦର ଡିଜାଇନ୍ ଏବଂ ଅପୂର୍ବ ଫିଟନେସ୍ ଏବଂ ସଂକଳ୍ପ କଲେକ୍ସନକୁ ଅନ୍ୟ ସମସ୍ତଠାରୁ ଭିନ୍ନ କରି ତୋଳିଥାଏ।
ଏହି ସଂଗ୍ରହ ଆଧୁନିକ ଓ ପାରମ୍ପରିକତାର ଏକ ଅପୂର୍ବ ସମନ୍ୱୟ ଏଥିରେ ପାରମ୍ପରିକ ସୁନା ଚୁଡ଼ ଏବଂ ସୀତାହାରଠାରୁ ହାଲ୍କା ଝୁମକା ଏବଂ କାନ ଫାସିଆ ପର୍ଯ୍ୟନ୍ତ ରହିଛି। ତେଣୁ କେତେକ କ୍ଲାସିକ ଅଳଙ୍କାର ପିସ୍ ଯାହାକି ସମୃଦ୍ଧ ବଙ୍ଗାଳୀ ସଂସ୍କୃତି ଓ ପରମ୍ପରାର ପ୍ରତୀକ ହୋଇଥାଏ, କିଣିବା ସମୟରେ କଲ୍ୟାଣ ଜୁଏଲର୍ସର ସଂକଳ୍ପ କଲେକ୍ସନ ନିଶ୍ଚୟ ଦେଖିନିଅନ୍ତୁ।

Can we help you?