Kalyan Jewellers, Hamdan Street, Abu Dhabi

Shop No-1 & 2, Omeir Bin Yousuf Mosque - Zone 1E3-01
Abu Dhabi- 43680

(971)800-0320969

Call Now

Opens at

<All Articles

ଏହି କରୱା ଚୌଥରେ କଲ୍ୟାଣ ଜୁଏଲାରୀର ସଙ୍କଳ୍ପ କଲେକ୍ସନ ସହିତ ନିଜ ସଂକଳ୍ପକୁ ଶକ୍ତି ଦିଅନ୍ତୁ।

କରୱା ଚୌଥକୁ ବର୍ଷର ସବୁଠୁ ରୋମାଣ୍ଟିକ ସମୟ ଭାବେ ଗ୍ରହଣ କରାଯାଇଥାଏ। ପୁସ୍ତକ ଓ ଚଳଚ୍ଚିତ୍ରରେ ଏହାର ବର୍ଣ୍ଣନା ଦେଖିବାକୁ ମିଳିଥାଏ, କରୱା ଚୌଥ ସେହି ଚମତ୍କାରୀ ଦିବସ ଯେଉଁଦିନ ବିବାହିତା ମହିଳା ନିଜ ସ୍ୱାମୀଙ୍କ ଦୀର୍ଘ ଜୀବନ ପାଇଁ ସାରା ଦିନ ଉପବାସ ରଖିଥାନ୍ତି। ବୈବାହିକ ସମ୍ପର୍କର ସୌନ୍ଦର୍ଯ୍ୟ ବର୍ଣ୍ଣନାତୀତ, ଏବଂ ଦମ୍ପତିଙ୍କ ପାଇଁ ପ୍ରତ୍ୟେକ ଦିନ ନିଆରା।
ପାରମ୍ପରିକ ଭାବେ, ଏହି ସମ୍ପର୍କକୁ ପାଳନ କରିବା ଲାଗି ବହୁ ପର୍ବପର୍ବାଣୀ ଏବଂ ପରମ୍ପରାସବୁ ରହିଛି ଯାହାକି କ୍ଷେତ୍ରୀୟ ଆଧାରିତ। ତେବେ, କରୱା ଚୌଥ ଏପରି ଏକ ସାର୍ବଜନୀନ ପର୍ବ ଯାହା ସମୁଦାୟ ନିର୍ବିଶେଷରେ ପାଳିତ ହୋଇଥାଏ। ପ୍ରେମ ଏବଂ ଶାଶ୍ୱତ ସଂକଳ୍ପକୁ ପାଳନ କରାଯାଉଥିବା ଏହି ପର୍ବରେ, ଅବିବାହିତ ଦମ୍ପତିମାନେ ମଧ୍ୟ ନିଜ ସାଥୀମାନଙ୍କ ପାଇଁ ପ୍ରେମ ଓ ପ୍ରାର୍ଥନା କରିବା ନିମନ୍ତେ ଉପବାସ ବ୍ରତ ରଖିଥାନ୍ତି, ଯାହାକି ସେମାନଙ୍କ ଦାମ୍ପତ୍ୟର ବନ୍ଧନକୁ ସୁଦୃଢ଼ କରିଥାଏ।
କରୱା ଚୌଥର ଆଉ ଏକ ସୁନ୍ଦର ଦିଗ ହେଉଛି ବହୁ ସ୍ୱାମୀମାନେ ମଧ୍ୟ ସେମାନଙ୍କ ପତ୍ନୀଙ୍କ ସୁସ୍ଥ ଜୀବନ ପାଇଁ ଉପବାସ ରଖି ପ୍ରାର୍ଥନା କରିଥାନ୍ତି। ଏହି ପର୍ବ ମଧ୍ୟ ଶାଶୂ ଏବଂ ପତ୍ନୀ ତଥା ପତ୍ନୀ ଏବଂ ତାଙ୍କ ମା’ଙ୍କ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ଲାଗି ପରିଚିତ। କରୱା ଚୌଥ ଦିନ ସୂର୍ଯ୍ୟୋଦୟ ପୂର୍ବରୁ ଶାଶୂ ତାଙ୍କ ବୋହୂକୁ ‘ସାରଗୀ’ ନାମକ ଏକ ଭୋଜନ ପରିବେଷଣ କରିଥାନ୍ତି ଯେଉଁଥିରେ ଫଳ, ପନିପରିବା ବ୍ୟଞ୍ଜନ ଓ ରୁଟି ଥାଏ। ଅନ୍ୟପକ୍ଷରେ ପତ୍ନୀଙ୍କ ମା’ ଉପହାର ପଠାଇଥାନ୍ତି, ଏହା ଅଳଙ୍କାର, ପୋଷାକ କିମ୍ବା ଖାଦ୍ୟ, କିମ୍ବା ଅନ୍ୟ କିଛି ହୋଇପାରେ। ଏହା ସ୍ନେହ ଏବଂ ପ୍ରେମର ପର୍ବ ଯାହା ପରିବାରକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିବାରେ ସହାୟକ ହୋଇଥାଏ।
କରୱା ଚୌଥ ଅବସରରେ, ମହିଳାମାନେ ସୁନ୍ଦର ଭାବେ ସଜେଇ ହୋଇଥାନ୍ତି, ହାତରେ ମେହେନ୍ଦି ଲଗାଇଥାନ୍ତି ଏବଂ ଉତ୍ତମ ଆଭୂଷଣ ପରିଧାନ କରି ଆକାଶରେ ଜହ୍ନ ଉଇଁବାକୁ ଅପେକ୍ଷା କରିଥାନ୍ତି। କରୱା ଚୌଥ ସମ୍ପର୍କରେ ରାଣୀ ବୀରବତୀଙ୍କୁ ନେଇ ଏକ କିମ୍ବଦନ୍ତୀ ରହିଛି। ପ୍ରେମ ଓ ଅଭିଳାଷାର ଏକ କାହାଣୀ ଯାହା ପ୍ରଣୟ ଏବଂ ଏହି ଅନୁଷ୍ଠାନର ମାର୍ମିକତାକୁ ବ୍ୟକ୍ତ କରିଥାଏ। ସାତ ଭାଇଙ୍କର ସେ ଗୋଟିଏ ଭଉଣୀ ଥିଲେ, ତାଙ୍କୁ ଭାଇମାନେ ପ୍ରାଣଭରି ଭଲ ପାଉଥିଲେ। ବିବାହିତ ମହିଳାମାନେ ତାଙ୍କର ପ୍ରଥମ କରୱା ଚୌଥ ବାପ ଘରେ ହିଁ ହେଲା। ତାଙ୍କ ଭାଇମାନେ ଦେଖିଲେ ଯେ ସେ ଆଗ୍ରହର ସହିତ ଜହ୍ନ ଉଇଁବାକୁ ଅପେକ୍ଷା କରିଛନ୍ତି ଯାହାଫଳରେ ସେ ତାଙ୍କର ଉପବାସ ବ୍ରତ ଭାଙ୍ଗିପାରିବେ। ତାଙ୍କର ଉତ୍କଣ୍ଡା ଏବଂ କ୍ଷୁଦା ଦେଖି ବିବ୍ରତ ହୋଇ ତାଙ୍କର ଭାଇମାନେ ତାଙ୍କର ଉପବାସ ଭାଙ୍ଗିବା ନିମନ୍ତେ ଏକ ଉପାୟ ଚିନ୍ତା କଲେ। ସେମାନେ ଏକ ଅଶ୍ୱତ୍ଥ ବୃକ୍ଷରେ ଆଇନାଟିଏ ଟାଙ୍ଗିଦେଲେ ଯାହାକୁ ସେ ଜହ୍ନ ବୋଲି ଭାବିବେ ଏବଂ ନିଜର ଉପବାସ ଭାଙ୍ଗିଦେବେ।
କିନ୍ତୁ ଯେଉଁ ମୁହୂର୍ତ୍ତରେ ସେ ଏହା କଲେ, ଖବର ମିଳିଲା ଯେ ତାଙ୍କ ସ୍ୱାମୀ, ରାଜାଙ୍କର ପରଲୋକ ଘଟିଛି। ବୀରବତୀ ସାରା ରାତି କାନ୍ଦିଲେ। ତାଙ୍କର ଦୁଃଖ ଓ ଯନ୍ତ୍ରଣା ଦେଖି ଦେବୀଙ୍କର ହୃଦୟ ତରଳିଗଲା ଏବଂ ପରଦିନ ସମ୍ପୂର୍ଣ୍ଣ ଭକ୍ତିଭାବ ସହିତ ଉପବାସ ରଖିବା ପାଇଁ ଦେବୀ ତାଙ୍କୁ କହିଲେ। ମୃତ୍ୟୁର ଦେବତା ଯମ ତାଙ୍କ ସ୍ୱାମୀଙ୍କ ଜୀବନ ଫେରାଇ ଦେବାକୁ ବାଧ୍ୟ ହେଲେ, ସେ ଦେବୀଙ୍କ ପ୍ରତି ନିଜକୁ ସମର୍ପିତ ଦେଲେ ଏବଂ ପୁଣିଥରେ ସ୍ୱାମୀଙ୍କ ସହିତ ତାଙ୍କର ମିଳନ ହେଲା।
ପ୍ରେମ ଏବଂ ଦୈବିକ ହସ୍ତକ୍ଷେପର ଏହି ଆବେଗଭରା କାହାଣୀର ଭିନ୍ନ ଭିନ୍ନ ରୂପ ରହିଛି। ତେବେ ସବୁ କାହାଣୀରେ ମୃତ୍ୟୁ ଉପରେ ପ୍ରେମର ବିଜୟକୁ ଚମତ୍କାର ଢଙ୍ଗରେ ବର୍ଣ୍ଣନା କରାଯାଇଛି।
ପ୍ରତ୍ୟେକ ମୁହୂର୍ତ୍ତକୁ ବିଶେଷ ଭାବେ ପାଳନ କରିବା ଲାଗି ଦିନର ତିନୋଟି ସାଜ ରହିଛି। ସକାଳର ସାରଗୀ ଠାରୁ ଆରମ୍ଭ କରି ପାଣି ରଖିବା ଏବଂ ଶେଷରେ ଜହ୍ନ ଉଇଁଆସି ଆପଣଙ୍କୁ ସ୍ନେହପୂର୍ଣ୍ଣ ଦୃଷ୍ଟିରେ ଚାହିଁବା ପର୍ଯ୍ୟନ୍ତ ମୁହୂର୍ତ୍ତକୁ ଅପେକ୍ଷା କରିବା ପର୍ଯ୍ୟନ୍ତ, ଭଲ ଦେବା ଲାଗି ଆପଣ ନିଜକୁ ସ୍ୱତନ୍ତ୍ର ଭାବେ ସଜାଇପାରିବେ।
ସକାଳର ସାଜସଜ୍ଜା
କରୱା ଚୌଥ ପାଇଁ ସବୁଠୁ ଆକର୍ଷଣୀୟ ସାଜସଜ୍ଜା ହେଉଛି ଅଳଙ୍କାର। ଏହା ଅଳ୍ପରେ ସନ୍ତୁଷ୍ଟ ହେବାର ଦିନ ନୁହେଁ। ସକାଳ ସଜ୍ଜାର ସବୁଠୁ ଆକର୍ଷଣୀୟ ଅଳଙ୍କାର ହେଉଛି ପାଜେବ ବା ଏକ ପାଉଁଜି, ଏହା ଏକ ପ୍ରଣୟ ଏବଂ ମାଧୁର୍ଯ୍ୟପୂର୍ଣ୍ଣ ଅଳଙ୍କାର ଯାହାକୁ ଆପଣ ଗୋଇଠିରେ ପିନ୍ଧି ପାରିବେ। ପାଉଁଜିର ଶବ୍ଦ, ଅନ୍ୟମାନଙ୍କୁ ଆପଣଙ୍କ ଆଡ଼କୁ ଆକର୍ଷିତ କରିଥାଏ ଏବଂ ଆପଣ କେତେ ସୁନ୍ଦର ଦେଖାଯାଉଛନ୍ତି ତାହା ଜଣାଇ ଦେଇଥାଏ। ଜେମଷ୍ଟୋନ୍ କିମ୍ବା କୁନ୍ଦନ କାମ ହୋଇଥିବା ସୁନା ପାଉଁଜି ପିନ୍ଧନ୍ତୁ। ସୁନାର ଏକ ହାର ସହିତ ମୋତି କିମ୍ବା ନୀଲମ ଖଞ୍ଜିତ ହୋଇଥିବା କାନଫୁଲ କିମ୍ବା ଝୁମୁକା ପିନ୍ଧନ୍ତୁ ଯାହା ସୂର୍ଯ୍ୟାଲୋକର ସ୍ପର୍ଶରେ ଆପଣଙ୍କ ସୌନ୍ଦର୍ଯ୍ୟକୁ ବଢ଼ାଇଦେବ।
ଏହି ମିଶ୍ରଣ ସୂକ୍ଷ୍ମତାକୁ ଦର୍ଶାଇଥାଏ। ଏହି ସମୟରେ ଏକ ସାଲୱାର ସୁଟ୍ କିମ୍ବା ଏକ ହାଲୁକା ରଙ୍ଗର ସାଧାରଣ ଲେହଙ୍ଗା ପିନ୍ଧିବା ଉଚିତ୍। ନୀଳ, ହଳଦିଆ କିମ୍ବା ଗୋଲାପୀ ରଙ୍ଗରେ ଭଲ ଭାବେ ସାଜୁଥିବା ଏକ ସାଲୱାର ସୁଟ୍ ସହିତ ଖୋସା ବାନ୍ଧି କେଶ ସଜାଇବା ଆପଣଙ୍କ ସୌନ୍ଦର୍ଯ୍ୟର ବହୁଗୁଣିତ କରିପାରେ। ଶେଷରେ ଏକ ପାଦକୁ ସାଜୁଥିବା ଏକ ଜୋତା ଆପଣଙ୍କ ସୌନ୍ଦର୍ଯ୍ୟକୁ ସମ୍ପୂର୍ଣ୍ଣ ରୂପ ଦେଇପାରେ।
ଏହି ରୂପସଜ୍ଜା ସହିତ ଆପଣ ଚୁଡ଼ି ମଧ୍ୟ ପିନ୍ଧି ପାରନ୍ତି, ଯାହା ଲାଲ ଏବଂ ଧଳା ରଙ୍ଗରେ ଥାଏ, ଏହା ଆପଣଙ୍କ ହାତକୁ କନ୍ୟା ଭଳି ରୂପ ଦେଇପାରେ। ଏହାର ବିକଳ୍ପ ଭାବେ, ଯଦି ଆପଣ ଏକ ସମସାମୟିକ ଏବଂ ପାରମ୍ପରିକ ରୂପସଜ୍ଜା ଚାହୁଁଥାନ୍ତି ତା’ହେଲେ ହୀରାଖଞ୍ଜିତ ଚୁଡ଼ି ଏବଂ ହୀରା ଝୁମୁକା ପିନ୍ଧି ଅଳ୍ପ ମେକଅପରେ ଆପଣ ଏକ ପାରମ୍ପରିକ ରୂପସଜ୍ଜା ପାଇପାରିବେ।
ସନ୍ଧ୍ୟାର ରୂପସଜ୍ଜା
ଏହା ଏପରି ଏକ ସମୟ ଯେତେବେଳେ ଆପଣ ନିଜକୁ ସବୁଠୁ ସୁନ୍ଦର ଭାବେ ସଜାଇବାକୁ ଚାହୁଁଥାନ୍ତି- ବିବାହ ସମୟ ଭଳି ନିଜକୁ ସଜେଇ ନିଅନ୍ତୁ; ଆପଣ ସବୁବେଳେ ପସନ୍ଦ କରୁଥିବା ମୀନାକରୀ ବା ପାରମ୍ପରିକ ଭାବେ ଗଢ଼ା ହୋଇଥିବା ଅଳଙ୍କାର ବିଷୟରେ ଚିନ୍ତା କରନ୍ତୁ। ମୋତି ଓ ମାଣିକ୍ୟ ଏବଂ ଡ୍ୟାଙ୍ଗଲର୍ସ ଲାଗିଥିବା ଏକ ଅସଲୀ ହାର ପିନ୍ଧିପାରନ୍ତି। ଲାଲ ଓ ସୁନେଲି ମିଶା କନ୍ୟାର ପୋଷାକ ଭଳି ଲେହଙ୍ଗା କିମ୍ବା ଶାଢ଼ୀ ସହିତ ଜଡ଼ାଉ ବା ଶେମ୍ପେନ ଷ୍ଟୋନ ହାର ସେଟ୍ ସହିତ ଆପଣଙ୍କ ରୂପକୁ ଏକ ସୁନ୍ଦର ସାଜ ଦେଇପାରେ ଏବଂ ଏକ ସୁରୁଚିପୂର୍ଣ୍ଣ ରୂପସଜ୍ଜାକୁ ସମ୍ପୂର୍ଣ୍ଣ କରିପାରିଥାଏ।
ଆପଣ ଛାତ ଉପରେ ରହି ବନ୍ଧୁ ଓ ପରିବାର ଲୋକମାନଙ୍କ ସହିତ କରୱା ଚୌଥ ପାଳନ କରିବାକୁ ଚାହୁଁଥିଲେ, ଆପଣ ନିଜ କେଶକୁ ମୁଣ୍ଡରେ ଖୋସା କରି ବାନ୍ଧିବା ଲାଗି ଆମେ ଆପଣଙ୍କୁ ପରାମର୍ଶ ଦେଉଛୁ। ଦରଜି କାମ ହୋଇଥିବା ଶାଢ଼ୀ ଏବଂ ଘାଗରା ସହିତ ସ୍ଲିଭଲେସ୍ କିମ୍ବା ଷ୍ଟ୍ରେପୀ ଚୋଲି ପିନ୍ଧନ୍ତୁ। ଚନ୍ଦେଲିୟର ହୀରା କାନଫୁଲ, ସ୍ଲିକ୍ ନେକପିସ, ଛଅରୁ ଆଠଟି ଚୁଡ଼ି ଏବଂ ଆପଣଙ୍କ କେଶରେ ଲାଗିଥିବା କିଛି ଫୁଲ ଏହି ରୂପସଜ୍ଜାକୁ ସମ୍ପୂର୍ଣ୍ଣ କରିବ।
ଶୀତ ଋତୁ ଆରମ୍ଭ ହେଲେ କରୱା ଚୌଥ ଆସିଥାଏ ଏବଂ ଓଜନିଆ ଅଳଙ୍କାର ପିନ୍ଧିବାରେ ସଙ୍କୋଚ କରନ୍ତୁ ନାହିଁ। ତେବେ, ଆପଣ ଯଦି ଗୋଟିଏ ଅଳଙ୍କାର ପିସ୍ ଚାହୁଁଥାନ୍ତି ତା’ହେଲେ କଲ୍ୟାଣ ଜୁଏଲାରୀ ପକ୍ଷରୁ ସଙ୍କଳ୍ପ କଲେକ୍ସନରୁ ମାଙ୍ଗ ଟିକା ଚୟନ କରିପାରିବେ। ନିଖୁଣ କାରୁକାର୍ଯ୍ୟ, ସୂକ୍ଷ୍ମ ଡିଜାଇନ ଏବଂ ଅଳଙ୍କାର ଚୟନ ଆପଣଙ୍କୁ ସେହି ରାଣୀ ଠାରୁ କମ୍ ସୁନ୍ଦର ରୂପସଜ୍ଜା ଦେବନାହିଁ, ଯିଏକି ନିଜ ତପସ୍ୟା ବଳରେ ନିଜ ସ୍ୱାମୀଙ୍କୁ ଯମମୁଖରୁ ଫେରାଇ ଆଣିଥିଲେ ଏବଂ ସମୟର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଏହି ସୁନ୍ଦର ପରମ୍ପରା ଆରମ୍ଭ କରିଥିଲେ।
ଆପଣ ଶିକାପୁରୀ ନଥ୍ କିଣିପାରିବେ, ଏହା ଏକ ବଡ଼ ନାକ ଫୁଲ ଯେଉଁଥିରେ ଚେନ୍ ସହିତ ଏକ ଛୋଟିଆ ପେଣ୍ଡେଣ୍ଟ ଲାଗିଥାଏ। ଶିକାରୀ ନଥ ଖୁବ ସୁନ୍ଦର ଏବଂ ସୂକ୍ଷ୍ମ ଦେଖାଦେଇଥାଏ ଯାହାକି ଅନ୍ୟ ଅଳଙ୍କାରର ସୌନ୍ଦର୍ଯ୍ୟକୁ ଫିକା ପକାଇ ଦେବାକୁ ସକ୍ଷମ। ତେବେ, ଲଙ୍ଗ ଏକ ଛୋଟ ଷ୍ଟଡ ବା ନାକ ପିନ୍ ଯାହା ଆପଣଙ୍କର ଲାଳିତ୍ୟକୁ ବଢ଼ାଇ ଦେବ।
ଏହି ଲୁକ୍ କିମ୍ବା ଅନ୍ୟ ଲୁକ୍ ସହିତ ଚୋକର ଖୁବ୍ ଭଲ ସାଜିପାରେ, କାରଣ ଏହା ଏକ ଚମତ୍କାର ଅଳଙ୍କାର। ଯେପରିକି, ଆପଣଙ୍କର ଲମ୍ବା ଗଳାରେ ରାଣୀହାର ସେଟ୍ ସହିତ ଏକ ଚୋକର ଖୁବ ସୁନ୍ଦର ମାନିବ। ତେବେ, ଯଦି ଆପଣ ଅଧିକ ଅଳଙ୍କାର ପିନ୍ଧିବାକୁ ଚାହୁଁନାହାନ୍ତି, ତା’ହେଲେ ବ୍ୟସ୍ତ ନହୋଇ ଆପଣ ଏକ ‘ୟୁ’-ଶେପ୍ ସାତଲାଡାର ହାର ପିନ୍ଧି ପାରନ୍ତି। ଏସବୁ ଅଳଙ୍କାର ମିଶ୍ରଣ ଆପଣଙ୍କୁ ରାଜକୀୟ ଏବଂ ସୁନ୍ଦର ରୂପ ଦେଇପାରେ।
ଜହ୍ନ ଦେଖିବା ସମୟରେ ଆପଣଙ୍କର ରୂପସଜ୍ଜା
ଚମକକୁ ଅଧିକ ଗୁରୁତ୍ୱ ଦିଅନ୍ତୁ। ଏହି ଲୁକ୍ ପାଇଁ ଲେହଙ୍ଗା ସବୁଠୁ ଉପଯୁକ୍ତ। ଆମର ପ୍ରୟାଶ ହେଉଛି ଆପଣଙ୍କ ପସନ୍ଦ ଥିବା ରଙ୍ଗର ବ୍ରାଇଟ୍ ଶେଡ୍ ଲେହଙ୍ଗା ପିନ୍ଧନ୍ତୁ। ମେକଅପ୍ କଥା କହିଲେ ଆପଣ ଆଖି ମେକଅପ୍ ଉପରେ ଅଧିକ ଜୋର ଦେଇପାରନ୍ତି, ଏହା ହୁଏତ’ କ୍ୟାଟ-ଉଇଙ୍ଗଡ୍ ଆଇଲାଇନର କିମ୍ବା ସ୍ମୋକୀ ଆଇ ଲୁକ୍ କିମ୍ବା ଏପରି କଟ୍ କ୍ରିଜ୍ ହୋଇପାରେ। ଲାଲ କିମ୍ବା କୋରାଲ ଲିପଷ୍ଟିକ ଏବଂ ଅଧିକ ଗ୍ଲସ୍ ସହିତ ମିଶିଲେ ଏହା ସୌନ୍ଦର୍ଯ୍ୟକୁ ଆହୁରି ବଢ଼ାଇ ଦେଇପାରେ।
ଅଳଙ୍କାର କଥା କହିଲେ, ଆମେ ଆପଣଙ୍କୁ କଲ୍ୟାଣ ଜୁଏଲର୍ସର ସଂକଳ୍ପ ସଂଗ୍ରହରୁ ବାଲିସ ପାଇଁ ପରାମର୍ଶ ଦେଉଛୁ। ଏହା ଏକ ସୁନ୍ଦର କାନଫୁଲ ବିଶେଷ କରି ଗୋଲ, ଅର୍ଦ୍ଧଚନ୍ଦ୍ରାକାର, ପଥରରେ ଅଳଙ୍କୃତ। ଏହା ସହିତ ଆପଣ ମୁଦି ପିନ୍ଧିପାରିବେ, ଯାହାକି ନିର୍ବନ୍ଧ ମୁଦି ଭଳି ହୋଇପାରେ। ଆପଣ ନିଜର ଆଭୂଷଣକୁ ଅଧିକ ସୁନ୍ଦର କରିବା ଲାଗି ଉଜୁରୀ ମୁତ୍ରା ସୁନା ହାର ପିନ୍ଧିପାରିବେ। ଚୁଡ଼ି, ମଙ୍ଗଳସୂତ୍ର, ବିନ୍ଦି, ବାହାଘର ମୁଦି ଏବଂ ସଲିଟାୟର ଖଚିତ ଅଳଙ୍କାର ବିନା ବିବାହିତ ମହିଳାମାନଙ୍କର ପାର୍ବଣ ରୂପସଜ୍ଜା ସମ୍ପୂର୍ଣ୍ଣ ହୋଇନଥାଏ।
ସଙ୍କଳ୍ପ କଲେକ୍ସନର ଆଭୂଷଣଗୁଡ଼ିକ ସେହି ଆଧୁନିକ ମହିଳାଙ୍କର ପ୍ରତିନିଧିତ୍ୱ କରିଥାଏ, ଯେଉଁମାନେ ନିଜ ପ୍ରେମ ଓ ଜୀବନସାଥୀଙ୍କ ପାଇଁ କରୱା ଚୌଥ ପାଳିଥାନ୍ତି। ଆଭୂଷଣ ସଂଗ୍ରହ ପରମ୍ପରା, ପସନ୍ଦ କରିବାର ସ୍ୱାଧୀନତା ଏବଂ ଭାରତୀୟ ପରମ୍ପରାରେ ଅନ୍ତର୍ନିହିତ ଏକ ସମ୍ମାନରେ ଏହି ଅଳଙ୍କାର କଲେକ୍ସନ ଅନୁପ୍ରାଣିତ। କହିବା ତାତ୍ପର୍ଯ୍ୟ, ଏହି ମୁହୂର୍ତ୍ତକୁ ସେହି ମହିଳାଙ୍କ ପାଇଁ ପାଳନ କରନ୍ତୁ, ଯିଏ ଆପଣଙ୍କ ପାଇଁ କିମ୍ବା ଆପଣଙ୍କ ସହିତ ଉପବାସ କରିଥାନ୍ତି ତାଙ୍କୁ ଏକ ହସ୍ତକଳା ଅଳଙ୍କାର କିମ୍ବା ସଲିଟେୟର ମୁଦି ଉପହାର ଦେଇ ଏ ମୁହୂର୍ତ୍ତକୁ ତାଙ୍କ ପାଇଁ ସବୁଦିନ ଲାଗି ସ୍ମରଣୀୟ କରି ଦିଅନ୍ତୁ। ଜହ୍ନକୁ ଦେଖି ସାରି ସେମାନେ ଯେତେବେଳେ ଆପଣଙ୍କ ଆଡ଼କୁ ଚାହିଁବେ ଠିକ୍ ସେହି ସମୟରେ ତାଙ୍କୁ ଉପହାର ଦିଅନ୍ତୁ। ବନ୍ଧୁ ଓ ପରିଜନ, ସଙ୍ଗୀତ ଓ ଭୋଜନ, ଆହୁରି କିଛି ଅକୁହା ଶବ୍ଦ ମଧ୍ୟରେ, ଏହି ମୁହୂର୍ତ୍ତ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ।

Can we help you?